STORYMIRROR

Sangeeta Barik

Classics

2  

Sangeeta Barik

Classics

ବନ୍ଧୁ

ବନ୍ଧୁ

1 min
214

ନଥାଏ ସେଠାରେ ରକ୍ତର ସମ୍ପର୍କ

  ନଥାନ୍ତି ସେ ସହୋଦର,

ତଥାପି କାହିଁକି ଜୀବନ ଯାତ୍ରାରେ

  ଲାଗୁଥାନ୍ତି ଆପଣାର ।

ବାଟ ଚାଲୁ ଚାଲୁ ଅନେକ ମିଳନ୍ତି

  ହସି କଥା କହିବାକୁ,

ପ୍ରକୃତ ବନ୍ଧୁ ତ ହୄଦୟେ ରହନ୍ତି

  ଦୁଃଖ ସୁଖ ବାଣ୍ଟିବାକୁ ।

ମନେପଡେ ଆଜି ସେହି ପିଲାଦିନ

  କଣ୍ଢେଇ ବାଗୁଡି ଖେଳ,

କଲେଜ ଜୀବନେ କେତେ ଗୁଲିଖଟି

  ସାଙ୍ଗସାଥୀଙ୍କର ମେଳ ।

ଏବର ଯୁଗଟି ବଡ ବିଡମ୍ବନା

  ପଡେନା ସହଜେ ଚିହ୍ନା,

କା ହୄଦୟେ ଥାଏ ମମତାର ଡୋରି

   କିଏ କରେ ପ୍ରତାରଣା ।

ବନ୍ଧୁତ୍ଵତ ଏକ ଈଶ୍ବରଙ୍କ ଦାନ

  ଆସ ଆପଣେଇ ନେବା,

ହୄଦୟେ ସାଇତି ରଖିବା ପୂର୍ବରୁ

  ଭଲକରି ପରଖିବା ।

 


Rate this content
Log in

Similar oriya poem from Classics