STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ବନ୍ଧୁ

ବନ୍ଧୁ

1 min
14.1K


ପ୍ରକୃଷ୍ଟ ବନ୍ଧୁତ୍ଵ ଅଟଇ ଅତୁଟ

ପ୍ରକୃତି ଧରାର ସମ,

ଧରା ସାଇତିଛି ଅତୁଟ ବନ୍ଧନ

ବନ୍ଧୁତ୍ଵ ବୃକ୍ଷର ପ୍ରେମ।

ବନ୍ଧୁତ୍ୱ ଅଛି ଋତୁ ଗଣ ମଧ୍ୟେ

ବନ୍ଧୁ ଯେ ଦିନ ରାତି,

ବନ୍ଧୁତ୍ଵ ଦେଖ ପଞ୍ଚ ମହାଭୂତେ

କିଏ ନ ଛାଡ଼େ କା କତି।

ବନ୍ଧୁତ୍ଵ ଅଛି ହୃଦରୁ ସ୍ପନ୍ଦନ

ନିଶ୍ଵାସ ପ୍ରଶ୍ଵାସ ବନ୍ଧୁ,

ବନ୍ଧୁତ୍ୱର ଏ ଅପୂର୍ବ ମିଳନ

ନଦୀର ସହିତେ ସିନ୍ଧୁ।

ବସନ୍ତେ ଫଗୁଣ ବନ୍ଧୁତା ଆନ

ଶ୍ରାବଣ ବରଷା ସାଥୀ,

ବନ୍ଧୁତା ଅଛି ଚନ୍ଦ୍ର ନିକଟେ

କୁମୁଦିନୀ ମନେ ପ୍ରୀତି।

ବନ୍ଧନ ଦେଖ ଫୁଲରେ ଭଅଁର

ବନ୍ଧୁ, ପବନ ବାସେ,

ଜନ୍ମ ସହିତ ମୃତ୍ୟୁ ବନ୍ଧୁତ୍ଵ

ସତ୍ୟର ପରିଭାଷେ।

ବନ୍ଧୁତ୍ୱର ଭାବ ମନରୁ ମନଟି

ଭିନ୍ନ ଏକ ସମ୍ମିଳନ,

ଭାଷା ଭାବନାରେ ସ୍ମୃତିର ଛନ୍ଦରେ

ସମ୍ମୋହନ ଉଚ୍ଚାଟନ।

ବନ୍ଧନ, ମିଳନ, ସମ୍ମାନ, ମୋହନ,

ସାଥୀ, ପ୍ରୀତି, ରୀତି, ମାନ,

ବନ୍ଧୁ ଖାଲି ନୁହେଁ, ଦେଖାର, କଥାର

ଯଥା, ପ୍ରଥା, ପ୍ରଣୟନ।

ବନ୍ଧୁତ୍ଵ ସତେ "

ହୃଦର ସ୍ପନ୍ଦନେ ସ୍ମୃତି ଚିନ୍ତନ"ରୁ ସାଜେ,

ସେହି ବନ୍ଧନରେ ବନ୍ଧୁ ବାନ୍ଧିଲେ

ଯୁଗଯୁଗାନ୍ତର ରାଜେ।

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational