STORYMIRROR

Hrushikesh Satpathy

Inspirational

2  

Hrushikesh Satpathy

Inspirational

ବନ୍ଧୁ ପଣିଆ

ବନ୍ଧୁ ପଣିଆ

1 min
13.2K


ବନ୍ଧୁ କହିବି ବା ବାନ୍ଧବୀ

ସାଙ୍ଗ କହିବି କି ସଙ୍ଗିନୀ,


ମଧୁ କହିବି ନା ମମତା

ପ୍ରିୟା କହିବି କି କବିତା।


ସବୁ ରୂପରେ ଯେ 

ଦେଖାଯାଅ ତୁମେ

ସ୍ନିଗ୍ଧ କୋମଳ ସବିତା।


ଜହ୍ନ କହିବି କି ଜାହ୍ନବୀ

ଶୁଭ୍ରା ଭାବିବି ନା ସାଧବୀ


ପୁଣ୍ୟର ଧାମେ

ପୁଣ୍ୟତୋୟା ତୁମେ

ବକୁଳ ବଣର ମାଧବୀ।


ତୁମେ ତ ଜୀବନ୍ତ କୋଣାର୍କ

ସ୍ମୃତିର ସ୍ବର୍ଣ୍ଣାଭ ମହକ


ଭଗ୍ନ ଶୀଳାର ଗାରିମା

କେ ହେବ ତୁମରି ଉପମା


ତୁମରି ଇଙ୍ଗିତେ

ନାଚେ ନର୍ତ୍ତକୀ

ବନ୍ଧୁ ପଣିଆରେ ସୁଷମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational