STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Inspirational

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Inspirational

ବନ୍ଧୁ ମାନଙ୍କ ବନ୍ଧନ

ବନ୍ଧୁ ମାନଙ୍କ ବନ୍ଧନ

1 min
367


ଜୀବନ ପଥରେ ଯେତେକ ସଂପର୍କ

ସବୁଠୁ ନିଆରା ବନ୍ଧୁ,

ଦୁଇ ମନ ହୃଦୟ ମିଳନେ ଗଢା

ବିଚିତ୍ର ଅଟେ ମହତ୍ବ ।୧।


ସୃଷ୍ଟିଦାତା ସୃଷ୍ଟିକର୍ତ୍ତା ଆମପାଇଁ 

ବଡବନ୍ଧୁ ହୋଇଥାନ୍ତି,

ସୁଖରେ ଦୁଃଖରେ ପାଶେ ପାଶେ ରହି

ମନେ ସାହାସ ଯୋଗାନ୍ତି ।୨।


ବନ୍ଧୁଟିଏ ଯିଏ ସଦା ଆମ ସାଥେ 

ହାତଧରି ଚାଲେ ବାଟ,

ପାଖ ଛାଡେ ନାହିଁ କେବେ କୋଉଁ ଦିନ

ଯେତେ ଆସିଲେ ଶଂଙ୍କଟ ।୩।


ଉତ୍ତମ ବନ୍ଧୁ କି ବାନ୍ଧବି ହୋଇଲେ

ସ୍ବାର୍ଥ ନାହିଁ ତାଙ୍କ ମନେ,

ପାଇବାର ଆଶା ଧରି ଆସିଥିଲେ

ଲୁଟି ନେବେ ସବୁ ଦିନେ ।୪।


ସାବଧାନ ହୋଇ ଚଳୁଥିଲେ ସିନା

ସୁଖେ ବିତିଯିବ ଦିନ,

ନିଜ ଦୁର୍ବଳତା ଦୁଃଖ ଆଣିଦେବ 

ବନ୍ଧୁ ମାନଙ୍କ ବନ୍ଧନ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational