ବନ୍ଧୁ ଜୀବନର
ବନ୍ଧୁ ଜୀବନର


ସ୍ବପ୍ନ ମହଲର କିଛି ଅଭୁଲା ତାଲିକା
ନୂଆ ନୂଆ ସ୍ୱପ୍ନ ସବୁ ଅଭୁଲା କଳିକା
ସ୍ୱାଭିମାନ ରହିଥାଉ ଜୀଵ ଥିବା ଯାଏ
ହାତକୁ ହାତ ନ ଛାଡୁ ଅଭାବର ମୋହେ ll
ହୃଦୟେ ହୃଦୟ ଜୋଖି ବିତୁ ଜିଇଁ ଦିନ
କଦାପି ଅନ୍ୟ ବାକ୍ୟରେ ନ ଦେଇକି ମାନ
ଭାସିଯାଉ ସିନା ପଛେ ମାୟା ସରୋବର,
ପାଦରେ ପାଦ ପକେଇ ଚାଲିବ ଏଥର,
ଦାଉ ଦାଉ ଜଳୁଥାଉ ମଥାରେ ପ୍ରଦୀପ
ଖଣ୍ ଖଣ୍ ଶବ୍ଦ କରୁ ଶଙ୍ଖା ର ପ୍ରତାପ,
ଋଣଝୁଣ୍ ପାଉଁଜିର ଶବ୍ଦ ଥାଉ ସଙ୍ଗେ
ରକ୍ତ ବର୍ଣ୍ଣ ଶୋଭା ପାଉ ବାସ ରୂପେ ଅଙ୍ଗେ,
ସୌଭାଗ୍ୟବତୀର ସ୍ୟାପ ଦେବ ଯିଏ ଦେଉ,
ପତି ବଞ୍ଚି ଥାଉ ଥାଉ ପତ୍ନୀ ପ୍ରାଣଯାଉ ।