ବନ୍ଧୁ ବାଛିବ କିପରି ?
ବନ୍ଧୁ ବାଛିବ କିପରି ?
ବିପଦେ ଆପଦେ ସୁଖ ସମୃଦ୍ଧିରେ
ଯିଏ ଭାଗିଦାର ହୋଇ,
ନିଜ ଜୀବନକୁ ଜଳାଞ୍ଜଳି ଦେଇ
ପରେ ନିଜ ସଖା ପାଇଁ l (1)
ସୁଖରେ ହସିବ ଦୁଃଖରେ କାନ୍ଦିବ
ଉତ୍କଳମଣିଙ୍କ ପରି,
ସୁଦାମାଙ୍କ ପରି କେବେ ନ ଭୁଲିବ
ନିଜ ସଖାକୁ ଯେପରି l (2)
ବନ୍ଧୁ ବାନ୍ଧି ଯିଏ ବିପଦେ ପକାଏ
ସେ ତୁମର ହୁଏ ଅରି,
ତୁମ ଜୀବନକୁ ପେଣ୍ଡୁ ଭାବି ସିଏ
ଖେଳୁଥାଏ ହାତେ ଧରି l (3)
ବିପଦେ ଆପଦେ ସାହାଯ୍ୟ ନ କରି
ବିଦ୍ରୁପ ଯେ କରୁଥାଏ,
ଜ୍ୱର ରୋଗ ହେଲେ ଠିଆ ହେବା ଦୂରେ
ଜମାରୁ ଦେଖା ନ ଦିଏ l (4)
ସାଙ୍ଗର ମର୍ଯ୍ୟାଦାକୁ ପାଦରେ ଠେଲି
ହସୁଥାଏ ଖିଲିଖିଲି ,,
ବିପଦରୁ ତାକୁ ଉଦ୍ଧାର ନ କରି
&
nbsp; କାଦୁଅରେ ଦିଏ ଠେଲି l (5)
ଯେଉଁ ସାଙ୍ଗ ପାଖେ ଧନ ପୁରୀଥାଇ
ମାଗିଲେ ଦିଅଇ ନାହିଁ,
ବିପଦରେ ପଡ଼ି କାତର ହୋଇଲେ
ଦୁଃଖ ତାର 'ନ' ବୁଝଇ l (6)
ସମ୍ପଦ ବେଳେ ବନ୍ଧୁ ସମୀପେ ରହି
ଜଗୁଆଳି କାମ କରେ,
ଟଙ୍କା ଲାଳସାରେ ସାଙ୍ଗର କଥାକୁ
ଅକ୍ଷରେ ପାଳନ କରେ l(7)
ବନ୍ଧୁ ପାଖରୁ ଧନ ସମ୍ପତ୍ତି ନେଇ
ଧନୀ ହେବାକୁ ଯେ ଚାହେଁ,
ମିଳୁଥିଲେ ଭଲ ନ ମିଳିଲେ ସଲ
କହୁଥାଏଁ ସାଙ୍ଗ ମୁହେଁ l (8)
ଏପରି ସାଙ୍ଗ ଯାହାର ଥିବ ଭାଇ
ପାଖରୁ ଦିଅ ଦୁରେଇ,
ଏପରି ସାଙ୍ଗ ନାଗ ସାପ ଠାରୁ
ଭୟଙ୍କର ସେ ଅଟଇ l (9)
ଯେଉଁ ସାଙ୍ଗ ନିଜକୁ ଅସାର ମଣି
ସାଙ୍ଗ ପାଇଁ ଜୀବନ ଦିଏ,
ସପ୍ତପୁରୁଷ ଯାଏଁ ଜୀବନ ସାଥି
ଭାବରେ ସେ ପୂଜା ପାଏl(10)