STORYMIRROR

Pranati Panda

Inspirational Others

4  

Pranati Panda

Inspirational Others

ବନ୍ଧନ

ବନ୍ଧନ

1 min
345


ଭାବ ବନ୍ଧନରେ ବୁଡ଼ିଛ କାଳିଆ

     ବନ୍ଧନକୁ ତୁମ ଏତେ ଯେ ମୋହ,

ସାରା ସଂସାରକୁ ପ୍ରୀତିରେ ବାନ୍ଧିଛ

     ଭାବିଲେ ଉଠୁଛି ହୃଦରୁ କୋହ ।୧l


ଭକତ ଭାବରେ ବନ୍ଧା ହୋଇ ତୁମେ

     ଉଭା ହୁଅ ଯାଇ ସମୁଦ୍ର କୂଳେ,

ବଳରାମ ଦାସ ବାଲି ରଥେ ବସି

    ବନ୍ଧା ହୋଇଯାଅ ପହଣ୍ଡି ବେଳେ ।୨।


ମାନ, ଅଭିମାନ କେତେ କର ତୁମେ

     ରେଶମୀ ଡୋରରେ ବନ୍ଧନ ହୋଇ,

ଆଣ୍ଠୁଆ ଠେଲାରେ ପେଲି ହୋଇଯାଅ

    ଛେଚା କଚା ହୁଅ ବନ୍ଧନେ ଥାଇ ।୩।


ରଥର ସଶକ୍ତି ଦଉଡ଼ିରେ ବନ୍ଧା

      ସାରଥି କେବଳ ନିମିତ୍ତ ମାତ୍ର,

ଜାଣି ଶୁଣି ତୁମେ ନିଜେ ବନ୍ଧା ହୁଅ

    ତୁମରି ଇଚ୍ଛାରେ ହସେ ଶ୍ରୀକ୍ଷେତ୍ର ।୪।


କେତେ ବଖାଣିବି ତୁମ ଲୀଳା ପ୍ରଭୁ

      ସାଲବେଗ ଠାରୁ ଦାସିଆ ନେଇ,

ସଭିଙ୍କ ପ୍ରେମରେ  ତୁମେ ପରା ବନ୍ଧା

  ମତେ ଟିକେ ବାନ୍ଧ ଆହେ ଗୋସାଇଁ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational