Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

ବନ୍ଦେ ଉତ୍କଳ ଜନନୀ ବନ୍ଦେ

ବନ୍ଦେ ଉତ୍କଳ ଜନନୀ ବନ୍ଦେ

1 min
11.3K


  ବନ୍ଦେ,ଚରଣାରବିନ୍ଦେ ବନ୍ଦେ, 

ସୁର,ବୀର ପ୍ରସବିନୀ,ବନ୍ଦେ ଉତ୍କଳ ଜନନୀ 

ବନ୍ଦେ,ଚରଣାରବିନ୍ଦେ ବନ୍ଦେ ।।


ସୁନୀଳ ଆକାଶ ତଳେ ଭାରତ ପଦ୍ମର

କେଶର ସମାନ ମୋର ପବିତ୍ର ଉତ୍କଳ

ପୁଣ୍ୟାତ୍ମା ମା' ମୋର ବିଶ୍ଵମ୍ଭରା ମଧ୍ୟେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ

ସୁନୀଳ ତରଙ୍ଗାୟିତ ମହୋଦଧି ତୀରେ

ପତିତପାବନ ବାନା ଉଡେ ନୀଳାଚଳେ

ଲହରି ଲହରି ଖେଳେ ମଳୟ ଛନ୍ଦେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ

କଳରବ ମୁଖରିତ ବିହଙ୍ଗ ମାଳିକା

ଶୋଭା ସଂପଦ ଶାଳିନୀ ନୀଳାମ୍ବୁ ଚିଲିକା

ଯା ଶୋଭା ସଂପଦ ଶିରୀ ମନ,ପ୍ରାଣ ବାନ୍ଧେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

କଳା ଭାସ୍କର୍ଯ୍ୟ ଐଶ୍ୱର୍ଯ୍ୟ ଶାଳୀ କୋଣାରକ

ପଥର କହଇ କଥା ବିଶ୍ଵ ଆଶ୍ଚର୍ଯ୍ୟ

ଶିଳ୍ପୀ ଦେଇଛି ଜୀବନ ସେହି ଚାରୁ ଚିତ୍ରେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

ଭଗ୍ନ ଦୁର୍ଗ ବାରବାଟି କଳିଙ୍ଗର ଗାଥା

ଦେଉଅଛି ଉତ୍କଳ ବୀରତ୍ବର ବାର୍ତ୍ତା

ହସଇ ମୋ ମାଟି ମା’ ସେ ଶୋଭା ସମ୍ପଦେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

ଦୟା କୂଳେ ଧଉଳି ର ଅପରୂପ ରୂପ

ଯାହାର ପ୍ରଭାବେ ଦିନେ ବୀର ଚଣ୍ଡାଶୋକ 

ଅଶୋକ ପାଲଟିଗଲେ କଳିଙ୍ଗ ଯୁଦ୍ଧେ, ବନ୍ଦେ, ଚରଣାର ବିନ୍ଦେ ବନ୍ଦେ

ବନ,ଗିରି ବିଶୋଭିତା ଶଶ୍ୟ ଶ୍ୟାମଳା

ମହୀୟସୀ, ଲାସ୍ୟମୟୀ ଉତ୍କଳ କମଳା

ପୁଣ୍ୟତୋୟା ନଦ,ନଦୀ ପ୍ରବାହେ ଉନ୍ମାଦେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

ବରୁଣେଇ ପରବତ ପାଇକ ବୀରତ୍ୱ

କହେ, ଦେଖ ଖୋର୍ଦ୍ଧା ଗଡ଼ ପାଇକ ମହତ୍ଵ 

ଲାଲଦିଶେ ସେହିମାଟି ବୀରଙ୍କର ରକ୍ତେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

ବକ୍ସି ଜଗବନ୍ଧୁ,ମଧୂବାବୁ,ଗୋପବନ୍ଧୁ,

ଆଉ ଅନେକ ଉତ୍କଳ ଆକାଶର ଇନ୍ଦୁ

ଉତ୍ଫୁଲ୍ଲେ ଯିଜୋଲ୍ୟମାନ ମୋ ମା' ଆନନ୍ଦେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

ଖଣ୍ଡଗିରି,ଜଉଗଡେ କେତେ ଶିଳା ଲେଖ

ବଖାଣେ ଉତ୍କଳ ମାତା ପୂର୍ବ ଇତିହାସ

କହୁଥିଲେ ନସରିବ ତା ବୈଭବ ଯେତେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।।

ଯା'କୋଳ ମଣ୍ଡିଲେ ଗୋପ,ମଧୂ ବାରିଷ୍ଟର

କବି ଜୟଦେବ,ଭଞ,କବି ମାୟାଧର

ରଖିଥିଲେ କିରତି ତା ଏହି ସାରା ବିଶ୍ଵରେ, ବନ୍ଦେ ଚରଣାରବିନ୍ଦେ ବନ୍ଦେ ।।

ଓଡିଶି,ଛଉ,ଘୁମୁରା, ଦେବଦାସୀ ନୃତ୍ୟ

ସମ୍ବଲପୁରୀ,ପାଇକ ଆଖଡା ନିରତ

ଆଦୃତ ଲଭିଛି ବିଶ୍ଵେ ରଙ୍ଗବତୀ ଗୀତେ, ବନ୍ଦେ, ଚରଣାରବିନ୍ଦେ ବନ୍ଦେ ।। 

ଲାଳିତ୍ୟୟ,ମଧୂର ଭାଷା ଉତ୍କର୍ଷ ଉତ୍କଳ

ଅମୃତ ସମ ଭୋଜନ ଯା ଶାଗ ପଖାଳ

ଜ୍ୟୋତିର୍ମୟୀ,ପୂଣ୍ୟମୟୀ ଧରଣୀ ବକ୍ଷେ, ବନ୍ଦେ,ଚରଣାରବିନ୍ଦେ ବନ୍ଦେ ।।


Rate this content
Log in

Similar oriya poem from Classics