STORYMIRROR

Pranati Mahapatra

Children

4  

Pranati Mahapatra

Children

ବନ୍ଦେ ମାତରମ୍, ବନ୍ଦେ ମାତରମ୍

ବନ୍ଦେ ମାତରମ୍, ବନ୍ଦେ ମାତରମ୍

1 min
218


ଗାଆଁରୁ ସହର ଶିଶୁରୁ ଯୁବକ

    ସଭିଏଁ ତ ଉତ୍ସାହିତ,

 କଣ୍ଠରୁ ଶୁଭୁଛି ବନ୍ଦେ ମାତରମ

   ହସ୍ତେ ତ୍ରିରଙ୍ଗା ଶୋଭିତ,

   ତ୍ରିଭୁବନ ମୁଖରିତ

ତ୍ରିରଙ୍ଗା ପତାକା ଆକାଶେ ଉଡିବ

   ତା ଏକତା ମନ୍ତ୍ରେ ମନ୍ତ୍ରିତ ।।

ବନ୍ଦେ ମାତରମ୍,ବନ୍ଦେ ମାତରମ୍,ବନ୍ଦେ ମାତରମ୍


ଏ ଦେଶର ବୀର ସୁତ ଭାରତୀର

     ମୁଖେ ହସ ଦେବାପାଇଁ,

ନିଗାଡିଲେ ରକ୍ତ ହସି ହସି ସେ ତ

    ଲକ୍ଷ୍ୟ ପହଞ୍ଚିବା ପାଇଁ,

    ଜୀବନ ବାଜି ଲଗାଇ

ଦେଖାଇଲେ ବଳ ବୁଦ୍ଧିର ତ ଖେଳ

   ଗୋରା ଡରି ଯେ ପଳେଇ ।।

ବନ୍ଦେ ମାତରମ୍,ବନ୍ଦେ ମାତରମ୍,ବନ୍ଦେ ମାତରମ୍


ଫରଫର ଉଡେ ତ୍ରିରଙ୍ଗା ପତାକା

  ଗଙ୍ଗାଠାରୁ ଗୋଦାବରୀ,

ରାଇସେନା ଠାରୁ ରାଇରଙ୍ଗପୁର

  ସଭିଏଁ ତ୍ରିରଙ୍ଗା ଧରି,

   ବନ୍ଦେ ମାତରମ୍ କରି

ସ୍ବାଧୀନ ଭାରତ ସନ୍ତାନ ଆମେରେ

   ଭାରତ ମାଆ ଆମରି ।।

ବନ୍ଦେ ମାତରମ୍,ବନ୍ଦେ ମାତରମ୍,ବନ୍ଦେ ମାତରମ୍


ସହି ଦୁଃଖ କଷ୍ଟ ସର୍ଦ୍ଦାର ସୁଭାଷ

   ଦେଖିଲେ ସ୍ବାଧୀନ ସ୍ବପ୍ନ,

ପବିତ୍ର ଧରାକୁ ପବିତ୍ର ରଖିଲେ

    ଦେଇ ପୁଣି ବଳିଦାନ,

   ବାଜିଆ ବାଘାଜତୀନ

ଭଗତ ବୀରଙ୍କୁ କରୁଛୁ ପ୍ରଣାମ

    ତ୍ୟାଗ ତବ ଅମଳିନ ।

ବନ୍ଦେ ମାତରମ୍,ବନ୍ଦେ ମାତରମ୍,ବନ୍ଦେ ମାତରମ୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children