ବନ୍ଦେ ମା' ରୁକ୍ମିଣୀ
ବନ୍ଦେ ମା' ରୁକ୍ମିଣୀ
ବନ୍ଦେ ମା' ରୁକ୍ମିଣୀ
===========
ବନ୍ଦେ ମା ରୁକ୍ମିଣୀ ଭିଷ୍ଣକନନ୍ଦିନୀ l
କୃଷ୍ଣଗତପ୍ରାଣ ଲୀଳା ଠାକୁରାଣୀ ll
ବିଦର୍ଭ କୁମାରୀ ଜୟ ତୁ ବୈଦର୍ଭୀ l
ବିଧି ଗଢ଼ି ଥିଲା କାଳ କାଳ ଭାବି ll
ଲକ୍ଷ୍ମୀ ସ୍ୱରୂପା ମା ଅନିନ୍ଦ୍ୟ ସୁନ୍ଦରୀ l
ମନେମନେ ଥିଲୁ ଶ୍ରୀକୃଷ୍ଣଙ୍କୁ ବରି ll
ସଂସାର ସୁନ୍ଦର ପ୍ରଭୁ ଯୋଗେଶ୍ୱର l
ମାଆ ରୁକ୍ମିଣୀଙ୍କ ଲାଖି ସିନା ବର ll
ମନେ ପାଞ୍ଚି ଥିଲା ହୀନ ଶିଶୁପାଳ l
ସିଂହ ଭାଗ ଦୀନ ଲଭିବ ଶୃଗାଳ ll
ମାଆ ଗୌରୀଙ୍କର ପଶିଲୁ ଶରଣ l
ଗୁପ୍ତେ ପଠାଇଲୁ ଦ୍ୱାରିକା ବ୍ରାହ୍ମଣ ll
ପ୍ରେମ ପତ୍ର ତୋର ପଢ଼ି ଜଗନ୍ନାଥ l
ବୁଝିଗଲେ ରୁକ୍ମିଣୀଙ୍କ ମନୋରଥ ll
ଯଥାକାଳେ ଆସି ପ୍ରଭୁ ପହଞ୍ଚିଲେ l
ହରି ରୁକ୍ମିଣୀଙ୍କୁ ରଥେ ବସାଇଲେ ll
ଘର୍ଘର ଘୋଷରେ ଦ୍ୱାରିକା ଗମିଲା l
ଶିଶୁପାଳ ବରବେଦୀରୁ ଫେରିଲା ll
ଜୟ ଜୟ ମାତେ କୃଷ୍ଣେ ସମର୍ପିତା l
ପୁରାଣବର୍ଣ୍ଣିତ ତୋର ପୁଣ୍ୟ ଗାଥା ll
ଜୟ ଜୟ ଅଷ୍ଟପାଟବଂଶୀ ଶ୍ରେଷ୍ଠା l
ଜୟ କୃଷ୍ଣପ୍ରାଣା କୃଷ୍ଣ ପଦେ ନିଷ୍ଠା ll
ଜ୍ୟେଷ୍ଠମାସ ଶୁକ୍ଳ ଏକାଦଶୀ ତିଥି l
ଦ୍ଵାରକା ଭୁବନେ ମିଳିଲେ ଅତିଥି ll
ଜୟ ଶଙ୍ଖ ଘଣ୍ଟ ତୁରୀର ନିନାଦେ l
ଦ୍ୱାରିକାନବର କମ୍ପେ ଅପ୍ରମାଦେ ll
ରହି ରହି ବାଜେ ମଙ୍ଗଳ ମହୁରୀ l
କୃଷ୍ଣଙ୍କୁ ବରିଲେ ରୁକ୍ମିଣୀ ସୁନ୍ଦରୀ ll
ମୁନି ଋଷି ବିପ୍ରେ ବେଦ ଉଚ୍ଚାରନ୍ତି l
ଯଥାକାଳେ ପଡ଼ି ଗଲା ହସ୍ତଗଣ୍ଠି ll
ଆନନ୍ଦସାଗରେ ବୋଲ ହରି ହରି l
ଜୟ ମା ରୁକ୍ମିଣୀ ବିଦର୍ଭ କୁମାରୀ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
