STORYMIRROR

Samar Ballav Bhoi

Romance Tragedy

3  

Samar Ballav Bhoi

Romance Tragedy

ବଂଚିବାର ମାନେ କିଛି ଜାଣନା

ବଂଚିବାର ମାନେ କିଛି ଜାଣନା

1 min
225


ପ୍ରିୟା ତୁମେ ମୋ ଆଇନା

ସାଥୀ ବିନା ଜୀବନର ମାନେ କିଛି ରହେନା

ଚଲାପଥ ଯଦି ରହେ ମୁଦ୍ରିତ 

ବଂଚିବାର ମାନେ କିଛି ରହେନା

ତୁମେ କର ନାହିଁ ମୋ ସାଥେ

ଆଉ ଏତେ ଛଳନା।।


ଜ୍ୟୋସ୍ନା ବିହୀନ ଜହ୍ନ 

କେବେ ଭଲ ଲାଗେନା

ଯେମିତି ମୁକ୍ତା ବିହୀନ ଶାମୁକା

କିଛି କାମେ ଆସେନା.....

ଭଲ ପାଇବାର ମାନେ ଆଜି 

ବଦଳି ଗଲାଣି ପ୍ରିୟା ତୁମେ କିଛି ଜାଣନା

ତୁମେ କର ନାହିଁ ମୋ ସାଥେ

ଆଉ ଏତେ ଛଳନା।।


ହଜିଗଲା ସ୍ମୃତି କେବେ

ଖୋଜି ହୁଏନା......

ବିଗତ ଦିନ ସବୁ କେବେ 

ଫେରି ଆସେନା.....

ସବୁଥିରୁ ବଂଚି ରହି କେବେ 

ଭଲ ପାଇ ହୁଏନା.... 

ଏସବୁ ପୁରୁଣା ଭାବନା ପ୍ରିୟା

ତୁମେ କିଛି ଜାଣନା

ତୁମେ କର ନାହିଁ ମୋ ସାଥେ 

ଆଉ ଏତେ ଛଳନା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance