Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ବଳରାମ ଦାସ

ବଳରାମ ଦାସ

3 mins
194



ଭାବ ଭକତିରେ ବନ୍ଧା ଭକତ ବନ୍ଧୁ

କାଳିଆ ସାଆନ୍ତ ଆମ କରୁଣାସିନ୍ଧୁ ।

ଭକତ ଜୀବନ ପ୍ରଭୁ ଭକତ ନାଥ

ଭକତ କାନ୍ଦିଲେ ତାଙ୍କ ଅଟକେ ରଥ ।

ଏମିତି ସେଦିନ ଥିଲା ଗୁଣ୍ଡିଚା ଯାତ୍ରା

ସରିଲା ପହଣ୍ଡି ପୁଣି ଛେରା ପହଁରା ।

ବାଜୁଥିଲା ଘଣ୍ଟ ଘଣ୍ଟା ବିଜେ କାହାଳୀ

ଦିଗଚଉଦିଗ ପଡୁଥିଲା ଉଛୁଳି ।

ଏତିକିବେଳେତ ଜଣେ ସନ୍ୟାସୀ ସନ୍ଥ

ରଥ ଚଢିବାକୁ ସେତ ହେଲେ ଉଦ୍ୟତ ।

ଅଗାଧୁଆ ଅସଜଡା ବେଶଭୁଷା ରେ

ଇଛା ତାଙ୍କ ଚଢିବାକୁ ନନ୍ଦିଘୋଷ ରେ ।

କାଳିଆ ଦେହରେ ଟିକେ ହୋଇବେ ଘଷି

ତା କଳାକୁ ଦେହେ ତାଙ୍କ ହୋଇବେ ନେସି ।

ତାଙ୍କର ସେ ରୂପ ଭେକ ସେବକେ ଦେଖି

ରଥରେ ଦେଲେନି ତାଙ୍କୁ ପାଦ ଯେ ରଖି ।

ଗାଳିମନ୍ଦ କଲେ ପୁଣି ଧକ୍କା ତ ଦେଲେ

ଅପମାନ ଦେଇ ତାଙ୍କୁ ରଥୁ ତଡିଲେ ।

ବିଚାରି ସନ୍ୟାସୀ ସେତ ଲୁହ ଗଡାଇ

ମହୋଦଧୀ ତଟେ ଗଲେ ପଳାଇ ।


ଚାରମାଳ ଫିଟିଲା ଘୋଡା ଯୋଚାଗଲା

ରଥ ଟାଣିବାପାଇଁ ଦଉଡି ଲାଗିଲା ।

ଡାହୁକ ବେତ ହଲାଇ ଡାକ ଛାଡିଲା

ହରିବୋଲ ହୁଳହୁଳି ରୋଳ ଶୁଭିଲା ।

ଭକତେ ଟାଣିଲେ ରଥ ଭକତି ଚିତ୍ତେ

ଜୟଜୟ ଜଗନ୍ନାଥ ଚିନ୍ତି ସମସ୍ତେ ।

ହେଲେ ଏକି ଆଶ୍ଚମ୍ବିତ କଥା ହୋଇଲା

ଚତଚଷ୍ଟା ସତ୍ତ୍ୱେ ରଥ ଇଞ୍ଚେ ନ ହୁଙ୍କିଲା ।

ଗଡିଲା ନାହିଁତ ଚକ ନବୁଲେ ଅଖ

କାହିଁକି ବିମୁଖ ହେଲେ କଳା ଶ୍ରୀମୁଖ ।

ଡାହୁକ ଗରଜି ତାଙ୍କ ପଡିଲା ତଣ୍ଟି

ଘଣ୍ଟୁଆ ବଜାଇ ଘଣ୍ଟ ପଡିଲେ ଥକ୍କି ।

ମହାରଣା ସେବକତ ହୋଇଲେ ଚିନ୍ତି

ରଥାଗଢା କାମରେ କି ରହିଲା ତୃଟି !

ଦଇତାପତି ଭାବିଲେ କଲୁକି ଦୋଷ

କାହିଁକି ଗଡୁନାହିଁ ରଥ ନନ୍ଦିଘୋଷ !

ସମସ୍ତେ ସମସ୍ତଙ୍କ ମୁହଁକୁ ଚାହାଁନ୍ତି

କେମିତି ଗଡିବ ରଥ ମନେ ଭାବନ୍ତି ।

ବିଳମ୍ବ ହେତୁ ରଥ ନଗଡିବା କଥା

ରାଜାଙ୍କର ହୋଇଲା ମୁଣ୍ଡ ବ୍ଯଥା


ରଥ ନଗଡିବା କଥା ଭାବି ରାଜନ

ଘୁମାଇ ପଡି ଦେଖିଲେ ସେତ ସପନ ।

ସପନରେ ଆସି ପ୍ରଭୁ କଳା ଠାକୁର

କହିଲେ କାହିଁକି ଆଜି ରୋଷ ତାଙ୍କର ।

ବଳରାମ ଦାସ ତାଙ୍କ ପରମ ଭକ୍ତ

ସେବକେ ଦେଲେନି ତାଙ୍କୁ ଚଢାଇ ରଥ ।

ଅପମାନ ଦେଲେ ପୁଣି ଦେଲେ ଆଘାତ

ବିଚାରା ଭକତ ମୋର ହେଲା ଆହତ ।

ସାଗର କୂଳରେ ବସି କାନ୍ଦୁଛି ସେତ

କାନ୍ଦୁଛି ଭକ୍ତ କେମିତି ଗଡିବ ରଥ !

ସପନ ଦେଖି ରାଜା ଚମକି ଉଠିଲେ

ପାଖେ ଥିଲେ ପାତ୍ର ମନ୍ତ୍ରୀ ଧାଇଁ ଆସିଲେ ।

ସପନ କଥା ସଭିଙ୍କୁ ରାଜା କହିଲେ

ଧନ୍ୟ ଭକତ ବନ୍ଧୁ ପ୍ରଣାମ କଲେ ।

ପାତ୍ର ମନ୍ତ୍ରୀ ସାଥେ ରାଜା ବାହାର ହେଲେ

ମହୋଦଧୀ ଅଭିମୁଖେ ସେତ ଚଳିଲେ ।

ବେଳାଭୂମିରେ ଶୁଭଇ ସିନ୍ଧୁ ଗର୍ଜନ

ଚାରିଆଡ ଖାଲିଖାଲି ନିର୍ଜନ ସ୍ଥାନ ।

ଦୂରରୁ ଦେଖିଲେ ଗଢା ବାଲି ରଥଟି

ବଳରାମ ଦାସ ବସି କାନ୍ଦନ୍ତି ।


ବାଲିର ରଥେ ବିଜେ ବାଲି ଜଗନ୍ନାଥ

ଗଢିଛନ୍ତି ବଳରାମ ପରମ ଭକ୍ତ ।

ପାଗଳ ପରାୟ ସେ ନାଚକରୁଥାନ୍ତି

ଜୟଜୟ ଜଗନ୍ନାଥ ଘୋଷୁତ ଥାନ୍ତି ।

ରାଜାଙ୍କର ପଟୁଆର ପହଞ୍ଚି ଗଲା

ସେଥିକି ଦାସେଙ୍କ ଜମା ଲକ୍ଷ୍ୟ ନଥିଲା ।

ବଳରାମ ଯେତେବେଳେ ଧ୍ୟାନ କରନ୍ତି

ଜଗନ୍ନାଥ ପ୍ରେମରେ ମତ୍ତ ହୋଇଯାନ୍ତି ।

ସେଇଥିପାଇଁତ ସେ ମତ୍ତ ବଳରାମ

ମହାପ୍ରଭୁଙ୍କର ଦାସ ଭକତ ପରମ ।

ବଳରାମ ଦାସଙ୍କର ଅପୂର୍ବ ଭକ୍ତି

ଚକିତ ହୋଇଲେ ରାଜା ଦେଖି ନିଜେଟି ।

ଭକତିର ଅଛି ଯେଣୁ ଆମାପ ଶକ୍ତି

ନନ୍ଦିଘୋଷ ରଥ ତେଣୁ ଗଲା ଅଟକି ।

ଦାସଙ୍କୁତ ରାଜା ଯାଇ ପ୍ରଣାମ କଲେ

ସେବକଙ୍କ ଦୋଷକୁ ସେ ସ୍ବିକାର କଲେ ।

ସସମ୍ମାନେ ବଡଦାଣ୍ଡେ ପାଛୋଟି ନେଲେ

ରଥରେ ସ୍ପର୍ଶ ଦେବାକୁ ମିନତିକଲେ ।

ପ୍ରଭୁ ଙ୍କୁ ପ୍ରଣମି ସେ ବଳରାମ ଦାସ

ଛୁଉଁ ଛୁଉଁ ଗଡିଲା ନନ୍ଦିଘୋଷ ।


ଚଉଦଶ ବାସ୍ତରୀରେ ବଳରାମଯେ

ଉତ୍କଳ ଭୂମିରେ ସେତ ଜନମି ଥିଲେ ।

ଦାସେଙ୍କ ପିତା ସୋମନାଥ ମହାପାତ୍ର

ମହାମାୟା ଦେବୀ ଥିଲେ ମାଆ ତାଙ୍କର ।

ପିଲାଦିନୁ ସିଏ ଜ୍ଞାନ ପିପାଶୁ ଥିଲେ

ପୋଥି ପୁରାଣ ସବୁ ସେ ପଢୁଯେ ଥିଲେ ।

ଜଗନ୍ନାଥ ଙ୍କ ଥିଲେ ପରମ ଭକ୍ତ

ବୈଷ୍ଣବ ଧର୍ମ ରେ ସେତ ହେଲେ ଦୀକ୍ଷିତ ।

ମହାପ୍ରଭୁଙ୍କୁ ନକଲେ ନିତି ଦର୍ଶନ

ଛୁଉଁତ ନଥିଲେ ସିଏ ଜଳ କି ଅନ୍ନ ।

ବଳରାମ ଦାସଙ୍କର ଧ୍ୟାନ ଯେମିତି

ସ°ସ୍କୃତ ସାହିତ୍ୟ ରେ ଜ୍ଞାନ ସେମିତି ।

ଦେଖିତାଙ୍କ ଜ୍ଞାନ ଧ୍ୟାନ ଶ୍ରୀଚୈତନ୍ୟ

କରୁଥିଲେ ଦାସଙ୍କୁତ ସଦା ସମ୍ମାନ ।

ଭକ୍ତି ଆନ୍ଦୋଳନର ସେ ପଞ୍ଚଶଖାତ

ଜଗନ୍ନାଥ ଯଶୋବନ୍ତ ଅନନ୍ତ ଅଚ୍ୟୁତ ।

ପଞ୍ଚଶଖା ଙ୍କ ମଧ୍ୟରେ ଅଟନ୍ତି ଜ୍ୟେଷ୍ଠ

ମତ୍ତ ବଳରାମ ଦାସ ପଣ୍ଡିତ ଶ୍ରେଷ୍ଠ।

ଲଖିଯାଇଛନ୍ତି ସେତ କେତେ ପୂରାଣ

ଚଉତିଶା ଓଡ଼ିଆ ରାମାୟଣ ।


ଲକ୍ଷ୍ମୀ ପୂରାଣ ତାଙ୍କ ଅମୂଲ୍ୟ ଗ୍ରନ୍ଥଟି

ସବୁ ଓଡ଼ିଆ ଙ୍କ ଘରେ ପଢାଯାଏଟି ।

ମାର୍ଗଶିର ଗୁରୁବାର ପବିତ୍ର ଦିନ

ସବୁ ଘରେ ଲକ୍ଷ୍ମୀପୂଜା ବସଇ ମାଣ ।

କରାଯାଏ ମାଆଙ୍କ ପୂଜା ଆବାହନ

ଝିଅ ବୋହୁ ପଢିଥାନ୍ତି ଲକ୍ଷ୍ମୀ ପୂରାଣ ।

ପୂରାଣ ସେ ସମାଜକୁ ଦିଏ ଆହ୍ବାନ

ମାତୃଜାତିକୁ ଜମା ମଣ ନାହିଁ ହୀନ ।

ମାଆ ର ମମତାରେ ଅସୀମ ଶକତି

ସେ ଶକତି ବଳେ ଜାତି କରଇ ପ୍ରଗତି ।

ମାତୃଜାତି ପ୍ରତିଯିଏ କରଇ ହେଳା

ଟଳମଳ ହୁଏ ତାର ସ°ସାର ଭେଳା ।

 ସେହି କାହାଣୀ ବଖାଣେ ଲକ୍ଷ୍ମୀ ପୁରାଣ

ଲକ୍ଷ୍ମୀଙ୍କୁ ତଡି ପ୍ରଭୁ ଭୋଗିଲେ କଷଣ ।

ଷାଠିଏ ପଉଟି ଖିଆ ଆମ ଠାକୁର

ଉପାସେ ବୁଲିଲେ ସିଏ ଘରକୁ ଘର ।

ଅନୁତାପ କଲେ ପ୍ରଭୁ କରମ ପାଇଁ

ମାଆ ଙ୍କୁ ସସମ୍ମାନେ ନେଲେ ଫେରାଇ ।

ଜନନୀ ଭଗିନୀ ଜାୟା ମାଆ ସେ ମାଆ

ଆହା ସିଏ ସିଏ ଜୀବନ ରାହା ।


ତାଙ୍କରି ପୁରାଣ ତାଙ୍କ ଚଉତିଶାରେ

ବଳରାମ ରହିଛନ୍ତି ଆମ ଅନ୍ତରେ ।

 ଚଉତିଶା କମଳଲୋଚନ ଶ୍ରୀହରି   

 ଗାଇଲେ ଭକ୍ତି ଭାବ ମନେଯାଏ ଭରି ।

ଅମରକୋଷ ଗୀତା କାନ୍ତ କୋଇଲି

ବ୍ରହ୍ମାଣ୍ଡ ଭୂଗୋଳ କଥା ହେବନି ଭୁଲି ।

ମୃଗୁଣୀସ୍ତୁତି ବ୍ରହ୍ମଜ୍ଞାନ ଏକାକ୍ଷର

ଜ୍ଞାନ ଚୁଡାମଣି ପୁଣି ଭାବ ସମୁଦ୍ର ।

ଦୀପ୍ତିସାର ଗୀତା ସେ ବଟ ଅବକାଶ  

ଜ୍ଞାନ ଉଜ୍ଜ୍ୱଳମଣି ଗୀତା ଜ୍ଞାନ ପ୍ରକାଶ ।

 ଗଣେଶ ବିଭୂତି ଟୀକା ପଣସ ଚୋରୀ     

   ବଉଳା କାହଣୀ ସେ ସତ୍ୟ ମଧୁ ବାରି ।       

 ବେଢ଼ା ପରିକ୍ରମା ଆଉ ବିରାଟଗୀତା

ଏମିତି ଅନେକ ଗୀତା ଅନେକ ଟୀକା ।

ଏମିତି କେତେତାଙ୍କର ପୁରାଣ ପୋଥି

ଜ୍ଞାନ ଧନ ଆମକୁ ଦେଇଯାଇଛନ୍ତି ।

 ବଳରାମ ଦାସ ଆମ ଅଟନ୍ତି ଗର୍ବ

ତାଙ୍କରି ରଚନା ଆମ ଗୌରବ ।...



















Rate this content
Log in

Similar oriya poem from Classics