ବଳବାନ୍
ବଳବାନ୍
କିଏ ଏଠି ବଳବାନ୍ ,
କେବେ କେହି ଭାବେ
ନିଜ ଦେଖେଇ ହେବା ପଣ ରେ ଏଠି ସଭିଏଁ ଆଗୁଆ
ବଳ ପ୍ରଦର୍ଶନ ଦୌଡ଼ ରେ ସଭିଏଁ ଚମ୍ପିୟାନ
କିଏ ଆର୍ଥିକ ବଳ ରେ ଭାରି ବଳୀୟାନ
କିଏ ଗୁଣ୍ଡାରଜ୍ ର ବାହୁବଳ ରେ
ବଳୀୟାନ
କିଏ ନାଲି ଆଖି ଦେଖେଇ
ସଭିଙ୍କୁ ଅକ୍ତିଆର କରିବାରେ ବଳୀୟାନ
କିଏ ମୁଠେ ଭାତ ଥାଳି ର ଲୋଭ ଦେଖେଇ
ଗରିବ ଙ୍କ ପାଇଁ ଚକ୍ରବ୍ୟୁହ ବିଛେଇବାରେ ବଳୀୟାନ
କିଏ କୁଟୀର ଖଣ୍ଡିଏ ର ଆଶା ଦେଖେଇ
ନିଜ ପାଦ ତଳେ ହଜାରେ ମୁଣ୍ଡ କୁ
ଚାପି ରଖିବାରେ ବଳୀୟାନ
ବାହୁ ବଳ ସେଇଠି ଦେଖେନା
ସମ୍ପର୍କ ର ମୂଲ୍ୟ
ବୁଝେନା ଏକତା ର ଅର୍ଥ
ସ୍ବାର୍ଥ ପାଇଁ ନିଜ ଲୋକ ପଡ଼ିଯାଏ ବଳି
ଥରେ ଭାବିଛ
ସବୁ ବଳ ରେ ଉପରେ ସେଇ
ଜଗ ତ୍ କର୍ତ୍ତା
ତାଙ୍କ ଶକ୍ତି ସମ୍ମୁଖରେ କାହାର କେତେ ବା ବଳ
ନା ବାହୁବଳ , ନା ଅର୍ଥ ର
ସଚ୍ଚା ମାନବିକତା ର ବଳ ରେ
ହୋଇଯାଏ ଯେ ବଳୀୟାନ
ସେ ହିଁ ତ ବଳବାନ୍
