Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ବଳାତ୍କାର

ବଳାତ୍କାର

1 min
300



ଚମତ୍କାର ଭଳି ସିନା ଲାଗେ ବଳାତ୍କାର ଶବ୍ଦ,

କିନ୍ତୁ ଅର୍ଥ ଅତି ଭୟଙ୍କର |

ବଳାତ୍କାର ନୁହେଁ କିଛି ନୁଆ ଶବ୍ଦ,

ଯୁଗେଯୁଗେ ବଳାତ୍କାରୀ-ବଳାତ୍କାର ରହିଛି ପୁରାଣେ |


ବଳାତ୍କାରୀ କରିଥାଏ ମହା ଅପରାଧ,

ବୁଝାବଣା ମାଧ୍ୟମରେ ଅନେକ ଘଟଣା-

ସମାଧାନ ହୋଇଯାଏ ସମାଜପତିଙ୍କ ଦୟାରୁ |


କିଛି ମିଥ୍ୟା ବଳାତ୍କାର ଘଟଣା ବି ଶୁଣାଯାଏ-

ସ୍ବାର୍ଥହାନୀ ମାନହାନୀ ଆଶଙ୍କାରେ କିବା ପ୍ରତିଶୋଧ ଦାବାଗ୍ନିରେ-

କେହିକେହି କରିଥା'ନ୍ତି ମିଥ୍ୟା ଅଭିଯୋଗ |


କିଛି ବଳାତ୍କାରୀ ନିଜବୁଦ୍ଧି କୌଶଳେ,

ସହଜରେ ସାକ୍ଷୀବିନା ନିର୍ଦ୍ଦୋଷ ହୁଅନ୍ତି |


ଆଉ ଏବେ ଚାଲିଛି ନୂଆ ନାଟକ ଥାନାରେ,

ବଳାତ୍କାରୀ ଆତ୍ମରକ୍ଷା ପାଇଁ କରନ୍ତି ବିବାହ |

ଥାନାବାବୁ କନ୍ୟାପିତା ସାଜି ବେଦୀପରେ,

ବଳାତ୍କାରୀକୁ ଆମନ୍ତ୍ରୀ ଆଣନ୍ତି ଫୁଲମାଳ ଦେଇ,

ସମାସ୍ୟାର ହୁଏ ସମାଧାନ |


ଯୁଗ ଯନ୍ତ୍ରଣାର ଦ୍ୱାହିଦେଇ କେତେକ ଲଳନା,

ବିବାହ ପୂର୍ବରୁ ନିଜେ କରି ଦେହଦାନ,

ପ୍ରେମିକର ମନୋକାମନାକୁ କରନ୍ତି ପୂରଣ |

ମନାନ୍ତର ମତାନ୍ତର ହେଲେ ମିଳନ ବିଭ୍ରାଟ,

ପ୍ରତାରଣା ପ୍ରତିଶୋଧ ଧୋକାର ଚାଲେ ଶୋଭାଯାତ୍ରା |



Rate this content
Log in

Similar oriya poem from Classics