STORYMIRROR

Birakishore Nayak

Inspirational Children

4  

Birakishore Nayak

Inspirational Children

ବକ୍ସି ଜଗବନ୍ଧୁ

ବକ୍ସି ଜଗବନ୍ଧୁ

1 min
231


ଭାରତ ବର୍ଷର ଇତିହାସେ ଜଳେ 

    ମୁକ୍ତି ଆନ୍ଦୋଳନ ଶିଖା,

ପାଇକ ବିପ୍ଳବ ଆଦ୍ୟ ସଂଗଠିତ

     ବୋଲି ହୋଇନାହିଁ ଲେଖା |

ଖ୍ରୀଷ୍ଟାବ୍ଦ ଅଠର ଶହ ସତରରେ

     ବିଦ୍ରୋହର ସୂତ୍ରପାତ,

ଖୋର୍ଦ୍ଧାର ପାଇକ ଇଂରେଜ ବିରୁଦ୍ଧେ

     ହୋଇଥିଲେ ଏକଜୁଟ |

ବକ୍ସି ଜଗବନ୍ଧୁ ନେତୃତ୍ୱେ ପାଇକେ

     ଧରିଥିଲେ ତରବାରୀ,

ଦେଶ ପ୍ରେମ ତାଙ୍କ ବୀରର ରକତେ

      ଆଗରୁ ଅଛି ଯେ ଭରି |

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର

     ଭ୍ରମରବର ରାୟ ସେ,

ବକ୍ସି ଜଗବନ୍ଧୁ ନାମେ ପରିଚିତ

     ଜୀବନ ପୂର୍ଣ୍ଣ ଯେ ଯଶେ |

ଖୋର୍ଦ୍ଧା ରାଜାଙ୍କର ସେନାପତି ହୋଇ

     ଜାଗିରି ସେ ପାଇଥିଲେ,

ରୋଢଙ୍ଗ ଗଡ଼ର ଅଧିକାରୀ ଭlବେ

     ପ୍ରଜାପ୍ରାଣ ଜିଣିଥିଲେ |

ଇଂରେଜ ଶାସନେ ଜମି କର ବୃଦ୍ଧି

     ସେମାନଙ୍କୁ ବାଧିଥିଲା,

ତେଣୁ ଭାରତ ର ପ୍ରଥମ ବିଦ୍ରୋହ

     ରକତରେ ଲେଖା ହେଲା |

ଖ୍ରୀଷ୍ଟାବ୍ଦ ସତର ଶହ ତେସ୍ତରୀ ରେ

     ଜନ୍ମ ଜଗବନ୍ଧୁଙ୍କର,

ସ୍ୱାଧୀନଚେତା ସେ ଥିଲେ ଅlବାଲ୍ୟରୁ

     ଦୁଃସାହସୀ ମହାବୀର |

ଖ୍ରୀଷ୍ଟାବ୍ଦ ଅଠର ଶହ ପଚିଶିରେ

      ବନ୍ଦୀ ସିଏ ହୋଇଥିଲେ,

ଇଂରେଜ ଶାସକ ଛାଡିଲେନି ତାଙ୍କୁ

      କାରାଗାରେ ରଖିଥିଲେ |

ଉଣେଇଶି ଶହ ଅଣତିରିଶିରେ

      କଲେ ସେ ସ୍ଵର୍ଗାରୋହଣ,

ମରଣ ପର୍ଯ୍ୟନ୍ତ କାରାଗାରେ ତାଙ୍କ

      କଟିଥିଲା ଯେ ଜୀବନ |

ଓଡ଼ିଆ ଜାତିର ଗର୍ବ ଗଉରବ

      ମରି ବି ଅମର ସିଏ,

ଏବେ ବି ତାଙ୍କର ଅମଳିନ ସ୍ମୃତି

      ବିଦ୍ୟାଳୟେ ପଢ଼ାହୁଏ |

 କଟକ ନଗରେ ବିଜେବି କଲେଜ

      ଗଢ଼ା ତାଙ୍କରି ନାମରେ,

ପାଇକ ବିଦ୍ରୋହ ପ୍ରଥମ ବିପ୍ଳବ

      ଯଶ ଲଭୁ ଭାରତରେ |


    


Rate this content
Log in

Similar oriya poem from Inspirational