STORYMIRROR

Kalandi pal

Inspirational

3  

Kalandi pal

Inspirational

ବଜାଇ ଦିଅ ହେ

ବଜାଇ ଦିଅ ହେ

1 min
221


ଚତୁର୍ଭୁଜେ ଶଙ୍ଖ ଚକ୍ର ଗଦା ପଦ୍ମ

   ଶ୍ରୀ ମୁଖେ ଅପୂର୍ବ କାନ୍ତି

କାହିଁକି କେଜାଣି ନୀରବେ ବସିଛ

   ଦେଖି ସବୁ ରୀତି ନୀତି

ପାଦେ, ମିନତି ହେ ଜଗତ୍ପତି ।


ଅନ୍ୟାୟ ଦୁର୍ନୀତି ବସା ବାନ୍ଧିଲାଣି

    ପ୍ରତି ସ୍ଥାନେ ପ୍ରତି ହୃଦେ

ସତ୍ୟ ଧର୍ମ ନ୍ୟାୟ ଭୟେ ଲୁଚିଲେଣି

    ଧରା କାନ୍ଦେ ପରମାଦେ

କେମିତି ସହୁଛ ହୋଇ ଧର୍ମବନ୍ତ

    କେମିତି ପାଉଛ ଶାନ୍ତି ।


ପେଶି ଦିଅ ତଵ ସୁଦର୍ଶନ ଚକ୍ର

    ବିନାଶୁ ନର ରାକ୍ଷସ

ଫିଙ୍ଗି ଦିଅ ଗଦା କରିବାକୁ ପଦା

    ଅଧର୍ମ ଅନୀତି ବାସ

ବଜାଇ ଦିଅ ହେ ପଞ୍ଚଜନ୍ୟ ଶଙ୍ଖ

    ଗଢି ଉଠୁ ଶାନ୍ତି ମୈତ୍ରୀ ।


Rate this content
Log in

Similar oriya poem from Inspirational