STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ବିସ୍ଥାପନ

ବିସ୍ଥାପନ

1 min
226


  ଗରୀବ ଖଟିଖିଆ ଆଖିରୁ

    ନିଦ ହଜିଯାଏ

  ଯେବେ ହୁଏ ସେ ବିସ୍ଥାପନ

  ବିକାଶ ନାମେ ଖଣି ଖାଦାନ ଲୁଟ୍ ହୁଏ

   ଶିଳ୍ପ ନାମେ

  ଜଙ୍ଗଲୀ ଆଦିବାସୀ ଙ୍କୁ

     କରାଯାଏ ବିସ୍ଥାପନ

   ବାଃ ବାଃ ରେ ଆମ ଶାସନ ପ୍ରଶାସନ

   ଗରୀବ ଖଟିଖିଆ ଙ୍କ ପାଇଁ

   ସବୁ ନୀତି ହୁଏ ନିର୍ଦ୍ଧାରଣ

    ପୁଞ୍ଜିପତି ଓ ଶିଳ୍ପ ପତିଙ୍କ ପାଇଁ

    ନ୍ୟାୟିକ ବ୍ୟବସ୍ଥା କରେ

     ଆନ ପ୍ରକାର ର ନୀତି ନିୟମ ନିର୍ଦ୍ଧାରଣ ।


   ସେ ପୋସ୍କୋ ହେଉ କି 

     ସେ ହେଉ ହୀରାକୁଦ ଜଳ ପ୍ରପାତ

   ସବୁଠି ଗରୀବ ଆଦିବାସୀ ବଳିପଡେ

   କାହିଁ କେଉଁ ନେତା ମନ୍ତ୍ରୀ ନ ହୁଅନ୍ତି ନିହତ

   କା କେଉଁଠି ପୁଞ୍ଜିପତି ନ ହୁଅନ୍ତି ଯେ ବିସ୍ଥାପିତ

   ନ୍ୟାୟିକ ବ୍ୟବସ୍ଥା କରେନି କାହିଁକି

    କରେନି ନୀତି ନିୟମ ର ନିର୍ମାଣ

   ଗରୀବ ଖଟିଖିଆ ଖାଲି କାହିଁକି ହେବ

    ତା ଭିଟାମାଟି ରୁ ବିସ୍ଥାପନ ?


   ଧନୀ ପୁଞ୍ଜିପତି ଙ୍କ ପାଇଁ ହୁଏ

    କେତେ କେତେ ନୂଆ ନୀତି ପ୍ରଣୟନ

   ଗରୀବ ଆଖିର ଲୁହଟା କ'ଣ

    ଏତେ ମୂଲ୍ୟ ହୀନ

    ବିଚାର କର ବିଚାର କର ହେ ଜନ ଗଣ

    କାହିଁକି ଆଜି ଏ

   ଏକବିଂଶ ଶତାବ୍ଦୀରେ ବିସ୍ଥାପନ

  କ'ଣ ଏତେ ଶସ୍ତା ଏ ମଣିଷ ଜୀବନ ?


   ଚନ୍ଦ୍ର କୁ ଯିବା ପାଇଁ ଯଦି ମଣିଷ କରୁଛି ଚିନ୍ତନ

      କ'ଣ ଏତେ ଦୁର୍ବଳ ଆମ ମନୋବିଜ୍ଞାନ

    ଜୀଇଁ ଥାଉଁ ଥାଉଁ ନେଇଯିବା ଆମେ କି

    ଏ ଖଟିଖିଆ ମେହନତି ମଣିଷ ଙ୍କ ଜୀବନ

    କାହିଁକି ତେବେ ଏ ସରକାରୀ କଳର ପ୍ରହସନ

    କାହିଁକି ଆଜି ଏ ବିସ୍ଥାପନ ?

 

    ଗରୀବ ଜୀବନ କି ମୂଲ୍ୟହୀନ

    ଗରୀବ ହେବା କି ପାପ ଅବା ପୁଣ୍ୟ

    ବିଚାର କର ହେ ଦଳିତ ନିଷ୍ପେସିତ ଜନ

     ଧନିକ ଶ୍ରେଣୀ ବିଚାର କର

   ସବୁର ମାନେ କ'ଣ ଖାଲି ଧନ ଉପାର୍ଜନ

  ପ୍ରଥମେ ଜୀବିକା ଓ ଜୀବନ

   ପ୍ରାଥମିକତା ହେଉ ଥଇଥାନ

   ତା ପରେ ହେଉ ବିସ୍ଥାପନ

    ପ୍ରଥମେ ଜୀବିକା ଓ ଜୀବନ

   ତା ପରେ ବିସ୍ଥାପନ ।


   ଖେଳନି ଖେଳନି ହେ ମୋର 

    ବୁଦ୍ଧିଜୀବି ଜନ

   ଖେଳନି ମଣିଷ ହୃଦୟ ସହ

   ଖେଳନି ପରିବାର ପରିବେଶ ସହ

    ଲୁଟନି ଖଣି ଖାଦାନ୍

  ଜଳ ଜମି ଜଙ୍ଗଲ ସହ ଖେଳନି

    ନିଅନି ମଣିଷ ଜୀବନ

   ମଣିଷ ପଣିଆ ସହ ନ ଖେଳି ଖେଳ

   ମଣିଷ ସମାଜର କର ଉତ୍ଛାନ

   ବିକାଶ ନାମେ ବିନାଶ କୁ ଡାକି

   ନ କର କାହାକୁ ବିସ୍ଥାପନ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract