STORYMIRROR

Arundhati Jena

Tragedy Inspirational

3  

Arundhati Jena

Tragedy Inspirational

ବିସ୍ଥାପିତ ର ଦୁଃଖ

ବିସ୍ଥାପିତ ର ଦୁଃଖ

1 min
242

    

ବିସ୍ଥାପିତର ଦୁଃଖ

ବିସ୍ଥାପନାର ଜ୍ୱାଳା

ତା'ର ଶରୀର, ମନ ଆଉ ସ୍ୱପ୍ନ

ସବୁ ଯେମିତି ହୁ ହୁ ହେଇ ଜଳୁଥିବା

ଘରପୋଡିର ମର୍ମନ୍ତୁଦ ଘଟଣା ଭଳି ଦୃଶ୍ୟମାନ

ବଡ ବଡ ମିଛ ପ୍ରତିଶ୍ରୁତି

ଅଭିନୟ ଆଉ ବାସ୍ତବତା ଭିତରେ

ଆକାଶ ଆଉ ପାତାଳର ଅନ୍ତର

ନିରୀହ ମନ ସହ ଖେଳି ,ଚାଲିଥାଏ

ଅନେକ ବେପାର

ବଦଳରେ ପୁନଃ ଥଇଥାନର ଲୋଭ

ନିଜର ସ୍ୱାର୍ଥ ପାଇଁ ଆଉ କାହା ଝାଳବୁହା

ସ୍ୱପ୍ନ ଉପରେ କବର ପୁଣି କେତେ ମୂଲଚାଲ

ଶୀତତାପ ନିୟନ୍ତ୍ରଣ କୋଠରୀରେ ଚାଲେ

ଆୟୋଜନ କେତେ ଯୋଜନାର

କଳକାରଖାନା ପାଇଁ ମାନବିକତା ଯେ ଭୁଲ

ଧନ୍ୟରେ ସ୍ୱାର୍ଥସର୍ବସ୍ୱ ମଣିଷ

ତୋର ପରିଚୟ ଆଦୌ ଲୋଡା ନାହିଁ

ତୁ ତଳକୁ ଏତେ ଖସିଯାଇଛୁ ଯେ

ତୋତେ କିଛି କହିଲେ ବି ଫରକ ପଡେ ନାହିଁ

ପ୍ରଗତିର ଅର୍ଥ ଯଦି କାହାକୁ ପୁରୁଷ ଅମଳର

ଭିଟାମାଟିରୁ ଉଚ୍ଛେଦ କରିବା ତେବେ ଏଇ ପ୍ରକ୍ରିୟା

ଅନେକ ନଭଶ୍ଚୁମ୍ଭୀ ମହଲରୁ ହିଁ ଶୁଭାରମ୍ଭ କରିବାର

ଯୋଜନା ଅବଶ୍ୟ ମନ୍ଦ ନୁହେଁ

କାରଣ ଝୁମ୍ପୁଡିରେ ବଞ୍ଚୁଥିବା ମଣିଷର ସର୍ବସ୍ୱ କହିଲେ

ତ ଏଇ ଭିଟାମାଟି ଖଣ୍ଡିକ

ଆଉ ଯଦି କେହି ଏମାନଙ୍କର ସପକ୍ଷରେ କୁହେ

ତେବେ ତା'ର ମୁହଁକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଏ

ବିସ୍ଥାପିତର ଦୁଃଖ ଆଉ ବିସ୍ଥାପନର ଜ୍ୱାଳା

କେବେ ଅନ୍ତ ହେବ ?

ଉତ୍ତର ବି ଗୋଟିଏ ବିରାଟ ପ୍ରଶ୍ନବାଚୀ ନୁହେଁ କି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy