STORYMIRROR

Chinmaya Kumar Nayak

Fantasy

4  

Chinmaya Kumar Nayak

Fantasy

ବିଷୟର ଖେଳ

ବିଷୟର ଖେଳ

1 min
437

ବିଷୟର ଲୋଭନୀୟ ଖେଳ

ପ୍ରକୃତିର କମନୀୟ ତାଳ

ବାଧ୍ୟ କରେ ଅସଂଯମୀ ଚିତ୍ତେ

ଜଳିବାକୁ କାମନାର ଲେଲିହାନ ଶିଖା, 

ମରୀଚିକା ପଛେ ପଛେ ଧାଇଁ

ତୃପ୍ତି କେବେ ମିଳିବାର ନାହିଁ

ତୃଷିତ ପରାଣ ହୁଏ ଆହୁରି ତୃଷିତ

ଜଳିଯାଏ କାମନାର ଲେଲିହାନ ଶିଖା ।


କାମନାର ପୂର୍ତ୍ତି ପାଇଁ ସଦା

କରୁଥାଉ କେତେ ଯେ କାଇଦା

ଗୋଟିଏ ପୂର୍ତ୍ତି ହେଉ ହେଉ ବା ଅପୂର୍ତ୍ତି

ନିତି ନବ କାମନାର ହୁଏ ପୁଣି ଦେଖା,

ଅସରନ୍ତି ଅସୀମ ତା ସଂଖ୍ୟା

କରେନାହିଁ କାହାରି ପ୍ରତୀକ୍ଷା

ଝାସଦେଲେ ସେ ନିଆଁ ରେ ଆଉ ନାହିଁ ରକ୍ଷା,


ବିଷୟର ଶିକୁଳି ଭିତରୁ

କାମନାର ବନ୍ଧନ ଫାଶରୁ

ପ୍ରବୃତ୍ତିର ମାୟା ଜାଲ ପ୍ରକୃତି ବଶରୁ

ପାଇବାକୁ ଏକମାତ୍ର ଗୋଟିଏ ଉପାୟ,

ଅସୁମାରୀ କମନାକୁ ଜାଳି

ନିବୃତ୍ତିର ପଥେ ଯିବା ଚଳି

ସିମିତରେ ରହିବା ସନ୍ତୋଷ

ସଦାନନ୍ଦେ କରିଯିବା ଆନନ୍ଦସ୍ୱରୂପ ଜୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy