STORYMIRROR

Santosh Mishra

Abstract

3  

Santosh Mishra

Abstract

ବିଷମ ସଙ୍କଟ

ବିଷମ ସଙ୍କଟ

1 min
282

ଜେଜେ କହିଥିଲେ ହାଟରୁ ଫେରିଲେ

ଲୁଗାକୁ ସଫା କରିବୁ,

କାହାରିକୁ ଜମା ଛୁଇଁବୁନି ବାବୁ

ଦୂରେ ରହି କଥା ହେବୁ ।୧।


ବିନା କାରଣରେ ବାହାରକୁ କେବେ

ବୁଲିବାକୁ ଯିବୁ ନାହିଁ,

ବିଦେଶକୁ ଯାଇ ରୋଜଗାର ଚିନ୍ତା

ମନରେ ତୁ ନେବୁ ନାହିଁ ।୨।


ବାହାରର ଖାଦ୍ୟ ଖାଇବୁନି ବାବୁ

ଘରେ ରାନ୍ଧି ଖାଉଥିବୁ,

ଖାଇବା ଆଗରୁ ଜାଣିଥାରେ ଧନ

ହାତ ସଦା ଧୋଉଥିବୁ ।୩।


ହାତ ମିଳେଇବା ନୁହଁଇ ସଂସ୍କାର

କରୁଥିବୁ ନମସ୍କାର,

ସିଷ୍ଟାଚାର ମାନି କର୍ମ କରୁଥିଲେ

ବିପଦ ନ ଥିବ ତୋର ।୪।


ସମୟ ଗଡ଼ିଲା ଯୁଗ ବଦଳିଲା

ଓଲଟା ହୋଇଲା ସବୁ,

କେତୁ ରାହୁ ଙ୍କର ନଜର ପଡ଼ିଲା

କୋରୋନା କରିଲା କାବୁ ।୫।


ଏମିତି ଭୂତାଣୁପଶିଛି ବିଶ୍ୱରେ

ହୋଇଛି କୋକୁଆ ଭୟ,

ଜେଜେ କଥା ଆଜି ମନେ ପଡୁଅଛି

ତାଙ୍କ କଥା କରେ ଲୟ ।୬।


କୋରୋନା ବୁଲୁଛି ବାହାରିବ ନାହିଁ

କହୁଅଛି ଆଜି ମୁହିଁ,

ଦୂରତାରେ ରହି ଛୁଅଁନି କାହାକୁ

କପଡ଼ାକୁ ଦିଅ ଧୋଇ ।୭।


ଏ ଘୋର ବିପଦେ ପଥ ଦିଶୁନାହିଁ

ଦିନଟା ଲାଗେ ଅନ୍ଧାର,

ବିଷମ ସଙ୍କଟ ବିଶ୍ୱ ପ୍ରାଣୀଙ୍କର

ଜଗନ୍ନାଥ ରକ୍ଷା କର ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract