STORYMIRROR

Prashanta Padhan

Tragedy

3  

Prashanta Padhan

Tragedy

ବିଷକନ୍ୟା

ବିଷକନ୍ୟା

1 min
384

ମିଠା ଜହର ଗୋ ସାଥି ତୁମ ପ୍ରେମ

ଖେଳିଗଲା ଦେହସାରା

ପତଙ୍ଗର ପରି ଜାଳିଦେଲା ମୋତେ

କରିଦେଲା ବେସାହାରା  ।।

ବିଛୁଆତିକୁ ମୁଁ ତୁଳସୀଟେ ଭାବି

ଦେହସାରା ବୋଳିହେଲି

ରକତ ଅଶ୍ରୁରେ ଭିଜିଗଲା ଦେହ

ପ୍ରେମରେ ମୁଁ ହାରିଗଲି  ।।

ମହୁରେ ବି ଥାଏ ହଳାହଳ ବିଷ

ତୁମେ ଯେ ଉଦାହରଣ

ମୃତ୍ୟୁବିନା ମତେ ଦେଖେଇଦେଲ ଗୋ

ଜୁଇନିଆଁର   ଶ୍ମଶାନ  ।।

ବିଷକନ୍ୟା ତୁମେ ଜାଣି ପାରିଲିନି

ପଡ଼ିଗଲି ତୁମ ପ୍ରେମେ

କଳା ନାଗୁଣିର ଦଂଶନର ଜ୍ବାଳା

ଜାଳେ ଏବେ ପ୍ରତିକ୍ଷଣେ ।।

ସ୍ୱର୍ଗସୁଖ ବୋଲି ଦେଖେଇଲ ନର୍କ

ଡାକିଆଣି   ମରଣକୁ

ତଥାପି କାହିଁକି ହୃଦୟ ବୁଝେନି

ଭୁଲେନାହିଁ ଗୋ ତୁମକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy