STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ବିସ୍ମୟ ନୁହେଁ କି

ବିସ୍ମୟ ନୁହେଁ କି

1 min
273

ଦେଖେଇଛ ପ୍ରଭୁ ଏ ଦୁନିଆଁ ମୋତେ

ଦେଇଅଛ ପରିଚୟ,

ସଂସାର ହାଟରେ ହାତ ଛାଡ଼ି ଏକା

କେଣେ ଗଲ ଦୟାମୟ,

ଏଠି କୋଳାହଳମୟ

ଛଳନାରେ ଭରା ସାରା ହାଟ ପରା

ମିଛେ ଖାଲି ଜୟ ଜୟ।

ଦେଖେଇଛ ପ୍ରଭୁ...


ପାପ ଆଉ ମିଛ ହିସାବ ହୁଏନା

ଲୁଚିଯାଏ ଏ ଧରାରେ,

ତୁମେ ତ ଦେଖୁଛ ଚକାଆଖି ଖୋଲି

ବସି ନୀରବେ ମନ୍ଦିରେ,

ଏ କି ବିଚାର ଠାକୁରେ

ଷାଠିଏ ପଉଟି ଭୁଞ୍ଜ କି ନ ଭୁଞ୍ଜ

ଅବଢା ଆନନ୍ଦବଜାରେ।


ଶେଷ ପାହାଚରେ ବସି ଶେଷ ଚିଠି

ଲେଖୁଛି ମୁଁ ଆନନ୍ଦରେ,

ଉତ୍ତର ଦିଅ ବା ନ ଦିଅ ଗୋସେଇଁ

ଚାଲୁ ସଂସାର ଧର୍ମରେ,

ଏମିତି କିଆଁ ସୃଷ୍ଟିରେ

ବଢିବଢି ଯାଏ ଅନ୍ୟାୟ ଅନୀତି

ବିଶ୍ଵରୂପ ନିଅ ବାରେ।


ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ 

କୃଷ୍ଣ ହରେହରେ,

ହରେରାମ ହରେରାମ ରାମ

ରାମ ହରେହରେ।

ତ୍ରାହି ତ୍ରାହି ଏ ଧରାରେ

ଏହି ମହାମନ୍ତ୍ର ପ୍ରକମ୍ପିତ ହେଉ

ସର୍ବଦା ଏହି ଧରାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational