Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Biswanath Nayak

Inspirational

3  

Biswanath Nayak

Inspirational

ବିଶ୍ଵରୂପ ଦର୍ଶନ

ବିଶ୍ଵରୂପ ଦର୍ଶନ

1 min
282



ଆକାଶର ତୁମେ

ଅଟ ପରିସୀମା

ସାଗରର ତ ନୀଳିମା। 

ବନାନୀର ତୁମେ

ଅଟ ସବୁଜିମା

ଧରାର ସହିବା ସୀମା। 

ଚନ୍ଦ୍ରମାର ତୁମେ

ଅଟତ ଜୋଛନା

ପବନର ଶୀତଳତା। 

ପାଦପର ତୁମେ

ଅଟ ପରା ଛାଇ

ଅନଳର ତ ଉଷ୍ମତା। 

ତଟିନୀର ତୁମେ

ସ୍ଵଚ୍ଛ ନୀରଧାର

ତପନର ତ କିରଣ। 

ଏହାହିଁ ତ ଅଟେ

ତୁମ ବିଶ୍ଵରୂପ

ତୁମ ଧରାବତରଣ। 

ସ୍ଵାର୍ଥାନ୍ଧ ମଣିଷ

ନଦେଖି ସେ ରୂପ

ଧ୍ଵଂସ କରଇ କାନନ। 

ପ୍ରଦୂଷିତ କରି

ପାଣି ଓ ପବନ

ସନ୍ତାପିତ କରେ ପ୍ରାଣ। 

ଦିଅ ଜ୍ଞାନଚକ୍ଷୁ

ଅରଜୁନ ପରି

କରୁ ସେ ରୂପ ଦର୍ଶନ। 

ଏ ସୃଷ୍ଟିର ରକ୍ଷା

ମଣିଷର ଦୀକ୍ଷା

ହେଉ ତାର ଏହି ଜ୍ଞାନ। 

ନକାଟୁ କାନନ,

ପ୍ରଦୂଷିତ ଆଉ

ନକରୁ ପାଣି ପବନ। 

ଏ ମଣିଷ ପାଇଁ

ଏହାହିଁ ହୋଇବ

ବିଶ୍ଵରୂପ ଦରଶନ। 

**********


Rate this content
Log in