STORYMIRROR

Ajaya Mahala

Fantasy

2  

Ajaya Mahala

Fantasy

ବିଶ୍ବ କବିତା ଦିବସ

ବିଶ୍ବ କବିତା ଦିବସ

1 min
13.6K


ଋଷିଛି ଆଜି

ମୋ ଉପରେ କବିତା

ଦିନ ସରିବାକୁ ବସିଲାଣି

ଥରୁ ଟିଏ ବି କାଖକୁ ନେଇନି

ଜାଣିଛି ସେ

ତା ଡ୍ରଇଂ ଖାତାରେ

ଏଣୁ ତେଣୁ କିଛି ଆଙ୍କି ଦେଇ

ତା ବସ୍ତାନୀ ସଜିଲ

କରି ଦେବି

କାଲି ସକାଳ ପାଇଁ

ଯେମିତି ମା

ଝାମ୍ପୁରା ବାଳ କେରାକୁ

ତେଲ ବୋଳି

ଝିଙ୍କି ଝାଙ୍କି ବାନ୍ଧି ଦେଇ

କ୍ଲିପ ଟିଏ ମାରି ଦିଏ

ସିଏ କେମିତି ସମାନ ହେବ

ସୁନ୍ଦର ଚେହେରା ନେଇ

କାରରୁ ଓହ୍ଲେଇ ଆସୁଥିବା

ସାମ୍ପୁ ଲଗା

କବିତା ମାନଙ୍କ ସହ

ମନକୁ

ବୁଝାଇ ନେଲା କବିତା

ଇଏ ବି କିଛି କମ ନୁହେଁ

ଯାହା ବି ହେଉ

ଛିଡା ହେବାକୁ

ପଡ଼ିବନି ତାକୁ

ହୋମୱାର୍କ ନ କରିଥିବା

ପିଲାଙ୍କ ଲାଇନ ରେ

ଶୋଇଗଲା ସେ

ହର୍ଷିତ ମନ ନେଇ

ସ୍ମିତ ହସ ରେଖା ଟିଏ

ଲମ୍ବି ଯାଇଥିଲା

ପରୀ ରାଇଜ ଆଡକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy