ବିଶ୍ବ ଜନସଂଖ୍ୟା ଦିବସ
ବିଶ୍ବ ଜନସଂଖ୍ୟା ଦିବସ
ବିଶ୍ବ ଜନସଂଖ୍ୟା ଏମିତି ବଢୁଛି
ଦେଖିଲେ ମାଡୁଛି ଡର
କେତେ ସୁରକ୍ଷିତେ ରହିବେ ମାନବ
ଖାଇ ଏଇ ଖାଦ୍ୟ ସାର ।
ଗଛ କାଟି ଘର ନିର୍ମାଣ କରୁଛି
ବଢୁଛି ଅଙ୍ଗାରକାମ୍ଳ
କଳକାରଖାନା ମାତ୍ରା ବଢୁଅଛି
କମି ଯାଏ ଅମ୍ଳଜାନ ।
ଜନ ତ ବଢିଲେ ବାସ ଆବଶ୍ୟକ
ବାସ ପାଇଁ ଗଛ କାଟେ
ଗଛ ନଷ୍ଟ ହେଲେ ଜଙ୍ଗଲ ତ ନଷ୍ଟ
ନା ବରଷା ପାଣି ଛୁଟେ ।
ବରଷା ନ ହେଲେ ମରୁଡି ପଡଇ
ହାହାକାର ହୁଏ ମହୀ
ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପ ବଢଇ
ପାରନ୍ତିନି କେହି ସହି ।
ଅଙ୍ଗାରକାମ୍ଳ ବଢି ଓଜୋନ ସ୍ତରରେ
ରନ୍ଧ୍ରମାନ ସୃଷ୍ଟି ହୁଏ
ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି
ଏ ଧରାକୁ ଛୁଇଁ ଯାଏ ।
ସେଇ ରଶ୍ମି ଯେବେ ଚର୍ମରେ ପଡଇ
କ୍ୟାନସର ହେଇଥାଏ
ସେଇ କ୍ୟାନସର ଏତେ ମାରାତ୍ମକ
ଅକ୍ଳେଶେ ଜୀବନ ନିଏ ।
ଜନ ବଢି ଗଲେ ପରିବହନର
ମାତ୍ରା ପୁଣି ବଢି ଯାଏ
ଅର୍ଥନୀତି ସିନା ଉନ୍ନତି ହୁଅଇ
ପରିବେଶ ନଷ୍ଟ ହୁଏ ।
ଜଳ ତିନି ଭାଗ ସ୍ଥଳ ଏକ ଭାଗ
ସିଏ ବଢେ ଛିଡେ ନାହିଁ
ହେଲେ ଜନସଂଖ୍ୟା ବଢି ଚାଲି ଥାଏ
ରୋକି କି ପାରଇ କେହି ।
ଏଇ ଜନସଂଖ୍ୟା ଏତେ ବିସ୍ଫୋରଣ
ରହେ ନାହିଁ ଥଳ କୁଳ
ଜନ ବି ନ ଥିଲେ ସମାଜ ନ ଥାଆନ୍ତା
ରହନ୍ତାନି ମନୋବଳ ।
ହେଲେ ଅତ୍ୟଧିକ ଜନ ସଂଖ୍ୟା ବୃଦ୍ଧି
ହିଂସା ଭାବ ସୃଷ୍ଟି କରେ
ବାୟୁ ପ୍ରଦୂଷଣେ ଧ୍ବଂସ ଏ ଧରିତ୍ରୀ
ସମ୍ପର୍କ ରହଇ ଦୂରେ ।
ରୋକିବା ନିମିତ୍ତ ଜନସଂଖ୍ୟା ନ୍ୟନ୍ତି
ସରକାର ପଦକ୍ଷେପ
ସେଇ ପଦକ୍ଷେପ କେତେ ବା ସଫଳ
ବା ବିଶ୍ୱ କରିବ ଲୋପ ।
ଜନ ତ ନ ଥିଲେ ଜନହୀନ ସ୍ଥାନ
ଆଦୌ ଭଲ ଲାଗେ ନାହିଁ
ସେଇ ଜନସଂଖ୍ୟା ପାଇଁ ସୌନ୍ଦର୍ଯ୍ଯରେ
ଭରା ଥାଏ ଏହି ମହୀ ।
ଜୁଲାଇ ଏଗାର ବିଶ୍ୱ ଜନସଂଖ୍ୟା
ଦିବସ ପାଳନ ହୁଏ
ଉଣେଇଶି ଶହ ସତାଅଶୀ ଠାରୁ
ହେଇଛି ଗଣନ ଇଏ ।
ପାଳୁଛେ ପାଳିବା ମହା ଆନନ୍ଦରେ
ଏକତାର ଭାବ ରଖି
ଏଇ ଭାବ ଆମ ଚିରସ୍ଥାୟୀ ହେବ
ପୃଥିବୀ ହସିବ ସଖି ।