STORYMIRROR

Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ବିଶ୍ବ ହେବ ମଧୂ ମୟ

ବିଶ୍ବ ହେବ ମଧୂ ମୟ

1 min
23.6K

ବୈଶ୍ବାନର ପରି ତେଜୋଦୀପ୍ତ ହୋଇ

ବିଷ ବଳୟ କୁ ଚିରି

ବନ୍ଧୁ ହେ ଆସ ସ୍ବାଗତ କରିବା

ମଧୂ ମାସେ ସୁଖେ ବରି ।।


ବାୟୁଭୁକ୍ କୋରୋନା ବିଷ ଉଦଗାରୁଛି

ବିଜ୍ରୁମ୍ଭଣ କରି କାୟା

ବ୍ୟାହତ ହେଲାଣୀ କର୍ମ ପରିଚର୍ଯ୍ୟା

ବିକ୍ଷିପ୍ତ ଜୀବନ ଧାରା ।।


ବେଦ,ବେଦାନ୍ତ ର ଶକ୍ତି ପିଠେ ଜନ୍ମି

ବଶ୍ବତା ସ୍ବୀକାର ନାହିଁ

ବାହାସ୍ଫୋଟ ମାରି, ବାଧିତ ହୋଇବା

ବୁହାନକନ୍ୟା ପଳାଇବ କାହିଁ ।।


ବାରଣ କରିବା ସମାଜ ସଂପର୍କ

ବନ୍ଦୀ ହୋଇ ନିଜ ଗୃହେ

ବଂଚକୀ କୋରୋନା ବଂଚିତ ହୋଇବ

ସ୍ପର୍ଶ ନ କରିଲେ କାରେ ।।


ବନ୍ଦୀ ହୋଇ ଗ୍ରୁହେ ବରଣ କରିବା

ବାଗଦେବୀ ମାତା ଙ୍କର

ବରଦାନ ରୁପେ ନବୀନ ସାହିତ୍ୟ

ସର୍ଜୁ ଥିବା ନିରନ୍ତର ।।


ବପନ କରିବା ବୀଜ ଯେବେ ଆମେ

ବନସ୍ପତି ଉଭା ହେବ

ବନ୍ଦନା କରିବା ପ୍ରକ୍ରୁତି କୁ ଯେବେ

ବିଶ୍ବ ମଧୂ ମୟ ହେବ ।।


ବରାତ କୁ ଦୋଷ ନ ଦେଇ ସଙ୍ଗାତ

ବର୍ତ୍ତନ ପ୍ରତି ନିଷ୍ଠା ବାନ

ବଳାହକ ଯେହ୍ନେ ଆଳସ୍ୟ ନ ହୋଇ

ବାଣ୍ଟୁଥାଏ ଜଳ ତାର ।।


ବିନମ୍ର ତା ସହ ଗୁରୁଜନ ଙ୍କର

କରିବା ଆଞା ପାଳନ

ବୟସ୍କ ଜନ ଙ୍କ ଆଶିଶ ଝର ରେ

ବିଶ୍ବ ହେବ ମଧୂ ମୟ ।।


ବନ୍ଦାଇବା ଆସ ଭାରତ ମାତା ଙ୍କୁ

ସଂସ୍କାର କୁସୁମ ଦେଇ

ବିଶ୍ବ ରେ ଝରିବ ଅମ୍ରୁତ ର ଝର

ଆମରି ଦେଶୁ ବାହାରି ।।



Rate this content
Log in

Similar oriya poem from Inspirational