STORYMIRROR

Sukanti Hotta

Abstract

3  

Sukanti Hotta

Abstract

ବିଶ୍ୱ ମାଟି ହସିବ

ବିଶ୍ୱ ମାଟି ହସିବ

1 min
11.8K

କରୋନା ଆସି ସାରା ପୃଥିବୀକୁ

ଭୟରେ ଦେଲା କମ୍ପାଇ

ଜ୍ଞାନ ବିଜ୍ଞାନ ଆତ୍ମ ବଢିମାକୁ

ମାଟିରେ ଦେଲା ମିଶାଇ


ମୃତ୍ୟୁକୁ ଦେଖି ଭୟରେ ଥରି

ଶୁଭିଲା ଆର୍ତ୍ତ ଚିତ୍କାର

ଭଗବାନ ସତ୍ତା ଉପଲବ୍ଧି କରି

ଡାକନ୍ତି ରକ୍ଷାକର


ସଚେତନ ହେଲେ ନିୟମ ମାନିଲେ

ଦୂରତ୍ୱ ରକ୍ଷା କଲେ

ଲାଲ ହଳଦିଆ ସବୁଜ ଜୋନରେ

ଭାଗ ଭାଗ ହୋଇଲେ


ଆପ୍ରାଣ ଚେଷ୍ଟା କରୁଛନ୍ତି ମିଶି

ଆକ୍ରାନ୍ତ କମୁନାହିଁ

ଯେତେ ଉପାୟ ବୁଦ୍ଧି କଲେବି

ଦୁଃଖ ଘୁଞ୍ଚୁନାହିଁ


ଅଳ୍ପ କେତେଜଣ ନିୟମ ନମାନି

ସଂଖ୍ୟା ବଢ଼ାଇ ଦେଲେ

ସବୁ ଜାଣିକରି ଅଜ୍ଞାନୀ ହୋଇ

ମହାମାରୀ ଆମନ୍ତ୍ରୀଲେ


ସାରା ବିଶ୍ୱ ମିଶି ଚେଷ୍ଟା କରୁଛନ୍ତି

କେମିତି ରକ୍ଷା ପାଇବେ

କରୋନା ରାକ୍ଷାସ ସହ ଲଢ଼ି କରି

ଅର୍ଥନୀତି ସଜାଡ଼ିବେ


ସୁନ୍ଦର ପୃଥିବୀ ପୁଣି ହସିବ

ଭୟ ଦୂର ହୋଇଯିବ

ଶାନ୍ତିର କପୋତ ନଭରେ ଉଡି

ଏକତା ବୀଜ ବୁଣିବ


ଦୟା କ୍ଷମା ତ୍ୟାଗ ସ୍ନେହର ବର୍ଷା

ଚତୁଃର୍ଦିଗେ ବର୍ଷିବ

ପ୍ରେମର ବନ୍ଧନେ ବାନ୍ଧି ହୋଇଯାଇ

ବିଶ୍ୱ ମାଟି ହସିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract