ବିଶ୍ୱ କଲ୍ୟାଣ
ବିଶ୍ୱ କଲ୍ୟାଣ
ବହେ ପ୍ରଖର ଉର୍ଦ୍ଧଶ୍ୱାସ ମୋର
ନଇଁଯାଏ ଆତ୍ମଗ୍ଲାନିରେ ମୋ ଶିର
ଆଖିରେ ପଡ଼େ ଯେବେ ପିତୃମାତୃହୀନ
ଅନାଥ, ଅବହେଳିତ ଶିଶୁଙ୍କର
ଶୁଖିଲା ମୁହଁ ଆଉ ରୋଗିଣା ଶରୀର ।
ଆଜି କାନ୍ଦୁଛି ମୋ ଧରିତ୍ରୀ ଗୁମୁରି ଗୁମୁରି
ଦେଖି ଅନାହାର ମୃତ୍ୟୁ କୋଟିକୋଟି
କୃଷକର ପୋକ ମାଛି ପରି
ନିରୁପାୟ , ନିର୍ବିକାର ଚାତକ ସେ
କେଇବୁନ୍ଦା ବାରିଜଳ ପାଇଁ
ଗଛ କାଟି କୋଠା କରୁଛି ସମାଜ
ତେବେ ମେଘ ଆସିବ ବା କାଇଁ ।
ସେଇ ତମସାଚ୍ଛନ୍ନ ସମାଜକୁ
ସଚେତନ ଦେବାପାଇଁ
ବଢାଇଛି ପାଦ ଦୀପଟିଏ ଧରି
ବିଶ୍ୱ କଲ୍ୟାଣର ଶାଖାଟିଏ ହୋଇ ।
ସୁବର୍ଣ୍ଣ ପକ୍ଷୀର ସ୍ଵପ୍ନ ଅଛି ମନେ
ଆଶା ଅଛି ମୋର ଇନ୍ଦ୍ରଧନୁର ସପ୍ତରଙ୍ଗୀ
ସେଥିପାଇଁ ବାହାରିଛି ବୁଣିବାକୁ
ସମାଜ ଛାତିରେ ବିଶ୍ୱକଲ୍ୟାଣର ମଞ୍ଜି ।
ଛୋଟିଆ ମୁଣ୍ଡରେ ଏତିକି ବୁଝିଛି
ସୀମିତ ସୁଖ ଦେଇଥାଏ ସିଏ
ଯାହା ନିଜ ସୁଖ ପାଇଁ କରାଯାଏ
କରାଯାଏ ଯାହା ପରହିତ ପାଇଁ
ତା ନିତ୍ୟ ନୂତନ ଆନନ୍ଦ ଦିଏ ।
ଆଜି କରୁଛି ପ୍ରତିଜ୍ଞା ମୁହିଁ
କେବେ ନିର୍ଦ୍ଦେଶକ ହୋଇ ତ
ପୁଣି କେବେ ଦର୍ଶକ ହୋଇ
କରୁଥିବି କାମ ଆଜୀବନ ମୁହିଁ
ବିଶ୍ୱର କଲ୍ୟାଣ ପାଇଁ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
