STORYMIRROR

Raja Sekhar CH V

Tragedy Inspirational

4  

Raja Sekhar CH V

Tragedy Inspirational

ବିଶ୍ୱାସ

ବିଶ୍ୱାସ

1 min
38


ଆଜି ହେଲା ଏହା ଆଭାସ,

ହରେଇ ସାରିଲୁଣି ବିଶ୍ୱାସ,

ଯେତେ କରିଲେବି ପ୍ରୟାସ,

ଅର୍ଥ କରାଏ ସମ୍ପର୍କର ହ୍ରାସ ।୧।


ଅତ୍ୟନ୍ତ ମୂଲ୍ୟବାନ ହେଲା ଆତ୍ମବିଶ୍ଵାସ,

ସମ୍ପ୍ରାପ୍ତ କରିବା ନୁହେ ଏତେ ଅନାୟାସ,

ଅନିବାର୍ଯ୍ୟ ଯେ କୁଶଳ ଦକ୍ଷତାର ଆବାସ,

ଜରୁରୀ ଯେ ବିପଦ ସାମନା ଲାଗି ସାହସ ।୨।


ଜନଙ୍କର ପରସ୍ପର ବନ୍ଧନର ମୂଳସ୍ତମ୍ଭ ହେଲା ନ୍ୟାସ,

ପ୍ରତାରକ କରେ ମିଥ୍ୟାବଚନ ପ୍ରତାରଣାର ଅଭ୍ୟାସ,

ଯାହା ଯୋଗୁଁ ବୃଦ୍ଧି ପାଏ ଚାଲେ ସମାଜରେ ଅବିଶ୍ୱାସ,

ଏ ଦୁଃସ୍ଥିତିର ନିବର୍ତ୍ତନ କରିପାରେନି କୌଣସି ଆୟାସ

।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy