ବିଶ୍ୱାସ
ବିଶ୍ୱାସ
ବିଶ୍ୱାସ ର ବଗିଚା ରେ ଭାବିଥିଲି
ଫୁଟିବ ବୋଲି ଗୋଲାପ
ପଥର ଦେହରେ ଯେବେ ମୁଣ୍ଡ ପିଟେ
ରକ୍ତାକ୍ତ ହିଁ ହୁଏ, ହୃଦୟ ହୀନ ନିଷ୍ଠୁର
ପାଷାଣ ଯାହା ବି କୁହ, ପଥର ଟା
ତରଳି ଯାଏ, ହୃଦୟ ଟା କାହିଁକି
ତରଳି ନ ଥାଏ, ଆଶାର ନଗରୀରେ
ନିରାଶା ଯେବେ ଘର କରେ
ଶାନ୍ତିର ସହରରେ ଅଶାନ୍ତି
ଯେବେ ରାଜତ୍ୱ କରେ
ଭଲପାଇବାର ଦ୍ୱାହିଦେଇ
ଯେବେ ମଣିଷ ଟା ପ୍ରତାରିତ ହୁଏ
ପଥର ଦେହରେ ମୁଣ୍ଡ ପିଟିଲେ
ରକ୍ତାକ୍ତ ହିଁ ହୁଏ.........................
