ଆଇନା
ଆଇନା
ପୁଣ୍ୟର ବଜାର ରେ ଏଠି ପାପ ବିକ୍ରି ହୁଏ
ଭଲ ପାଇବାର ସହରରେ ଏଠି ଘୃଣା
କାହିଁକି ଯେ ହୁଏ,ଧର୍ମର ନିକିତିରେ
ଅଧର୍ମ କାହିଁକି ଯେ ତଉଲା ହୁଏ
ସତ ଏହି ଦୁନିଆ ରେ ମିଛ କାହିଁକି ଯେ
ରାଜୁତି କରେ, ଛଳନା ର ମଣିଷଟା
କାହିଁକି ଯେ ମୁଖା ପିନ୍ଧେ
ଏଠି ପାପର ମଣିଷଟା
ପୁଣ୍ୟ କେବେ ଦେଖେନା
ଯାତନାର ସହରଟା ଭୋଗେ
ଯେବେ ଯାତନା
କୋଣାର୍କ ମନଟା ପୁଣି
ପାଲଟିଯାଏ ଭଙ୍ଗା ଆଇନା
