STORYMIRROR

Bidyutprava Mishra

Inspirational Others

4  

Bidyutprava Mishra

Inspirational Others

ବିଶ୍ୱାସ ଓ ଭରସା

ବିଶ୍ୱାସ ଓ ଭରସା

1 min
371

ବିଶ୍ୱାସ ଆସିଲେ ଭରସା ବି ଆସେ

ତା ପଛରେ ଆସେ ଆଶା,

ବିଶ୍ୱାସ ଭରସାଦୁହେଁ ଏକ ହେଲେ

ସପନ ବାନ୍ଧଇ ବସା l


ବିଶ୍ୱାସ ଭରସା ଦୁଇ ଗୋଟି ଚକ

ଜୀବନ ରଥର ପରା,

ନ ରହିଲେ ଦୁହେଁ ଚଳି ହୁଏ ନାହିଁ

ସଂସାର ଲାଗେ ବେସୁରା l


ପିଲାଟି ବେଳରୁ ଜନକ ଜନନୀ

ବିଶ୍ୱାସର ଦୁଇ ସ୍ରୋତ,

ତାଙ୍କ ଭରସାରେ ଖେଳି କୁଦି ବଢୁ

ଗାଇ ଜୀବନର ଗୀତ l


ବଡ଼ ଟିକେ ହେଲେ ସାଙ୍ଗ ସାଥୀମେଳେ

ବିଶ୍ୱାସର ଭାବ ଭରି,

ଖେଳି ବୁଲିଥାଉ ତାଙ୍କରି ସହିତ

ହୋଇହାତ ଧରା ଧରି l


ବିଶ୍ୱାସ ଭରସା ପତି ଓ଼ ପତ୍ନୀଙ୍କୁ

ଏକ ସୂତ୍ରେ ଥାଏ ବାନ୍ଧି

ଏକ ମନ ଆଉଏକ ପ୍ରାଣ କରେ

ଜୀବନକୁ ଦେଇ ଛନ୍ଦି l


ସେଇ ଆଶା ନେଇ ଘର ଅଗଣାରେ

ବିକଶିତ ଶିଶୁ କଢି,

ସୁ ମଣିଷ କରିଗଢିବା ନିମନ୍ତେ 

ସ୍ନେହ ପ୍ରେମ ଦେଉ ବାଢି l


ବିଶ୍ୱାସ ଭରସା ସବୁ ସମ୍ପର୍କର

ଅଟଇ ଯେ ମୂଳଦୁଆ,

ନରହିଲେ ତାହା ସମ୍ପର୍କଟିଆମ

ହୋଇକି ପାରିବ ଠିଆ l


ବୟସ ଆଧିକ୍ୟ ହୋଇଯିବ ଯେବେ

ବିଭୁ ପଦ ଏକା ତରୀ,

ତାଙ୍କ ଭରସାରେ ତାଙ୍କ ବିଶ୍ୱାସରେ 

ଜୀବନ ଟି ହେବା ପାରି l


ସବୁ ବିଶ୍ୱାସ ଓ଼ ଭରସା ଉପରେ

ବିଭୂପଦ ଏକ ରାହା,

ସକଳ ଜୀବନ କର ସମର୍ପଣ

ସାହା ଏକା ଚଉବାହା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational