STORYMIRROR

KSHIRODRA KUMAR SAHU

Fantasy

3.7  

KSHIRODRA KUMAR SAHU

Fantasy

ବିଶ୍ୱାସ କାହାକୁ

ବିଶ୍ୱାସ କାହାକୁ

2 mins
16

              ବିଶ୍ୱାସ କାହାକୁ

                କ୍ଷୀରୋଦ୍ର କୁମାର ସାହୁ

ସନ୍ଧ୍ୟା ୬ଟା ବେଳକୁ ବାଣୀବିହାର ବସ ଷ୍ଟପ  ଟି ଷ୍ଟଲ ପାଖରେ ଠିଆ ହୋଇ ଥିଲା ସ୍ୱାଗତିକା ।ଗୋଟିଏ କେ ଟି ଏମ ବାଇକ ନେଇ ଆସି ହଠାତ ବ୍ରେକ ଦେଲା ସୁଧୀର ।

ଉଭୟ ଙ୍କ ବୟସ ପାଖାପାଖି ୨୦ ରୁ ୨୨ ଭିତରେ ।ଉଭୟ ସୁନ୍ଦର ସୌମ୍ୟଦର୍ଶୀ ।ସ୍ୱାଗତିକା ମେଡ଼ିକାଲ ପାଇଁ ପ୍ରସ୍ତୁତ ହେଉ ଥିବା ବେଳେ ସୁଧୀର ବି ଟେକ ଇଂଜିନିୟରିଂ କରି  ଗୋଟିଏ ପ୍ରାଇଭେଟ କମ୍ପାନୀ ରେ ସପଟୱେର ଇଂଜିନିୟର କାମ କରୁଛି ।ଦୁହେଁ ପଶ୍ଚିମ ଓଡ଼ିଶାର । ସୁଧୀର ର ଇସାରାରେ ଚଟ କିନା ବାଇକ ରେ ବସିଲା ସ୍ୱାଗତିକା ।ଭୁବନେଶ୍ୱର ଭଳି ଏତେ ବଡ଼ ସହରରେ କିଏ ବା କାହାର ଖୋଜ ଖବର  ରଖୁଛି ଯେ।ସମୟ ବା କାହିଁ ।ବ୍ୟସ୍ତ ବହୁଳ ସହର ଠୁଁ ଆନେକ ଦୂର ଗୋଟିଏ ଲଙ୍ଗ ଡ୍ରାଇଭ ରେ ଦୁହେଁ ।ନୀଳ ଆକାଶ ର ବକ୍ଷ ଚିରି ଉଡି ବୁଲୁଛନ୍ତି ଏଇ ପ୍ରେମୀ ଯୁଗଳ ।ମାଆ ବାପା ଙ୍କ ଆଶା ଝିଅ ଆମର ମେଡିକାଲ ପାଇବା ପାଇଁ ପ୍ରସ୍ତୁତି ରେ କିନ୍ତୁ ଫଳ ଓଲଟା ବାସ ସ୍ୱାଗତିକା ଉବୁଟୁବୁ ହେଉଛି ପ୍ରେମ ପୋଖରୀରେ ।ଗୋଟେ ଛୋଟ ସହରରୁ ମହାନଗର ରେ ଏଠି ନଛୋଡ ବନ୍ଧା ନାଁ କିଏ ତାଗିଦ କରିବ ନା ମନା କରିବି।ମୁକ୍ତ ଆକାଶ ର ବିହଙ୍ଗ ସେ ।ସୁଧୀର ବେଶ ଚାଲାକ ସପଟୱେର ଇଂଜିନିୟରି ମନ ଭିତରେ ତାର ଟେକନିକାଲ କଥା ।ବାହାରେ ସିଧାସାଧା ପ୍ରେମିକ ଆଉ ଭିତରେ ପୁରାପୁରି ଖିଲାଡି ନମ୍ବର ୱାନ ।ତାର ଅନେକ ଝିଅ ଙ୍କ ସାଥିରେ ଅଫେୟାର କିନ୍ତୁ ବାହାରିଆ ଭଦ୍ରଲୋକ ସେ ଲିଭ ଇନ ରିଲେସନସିପ ପାଇଁ ପ୍ରପୋଜ କରେ ସେ ।ଅନେକ ବୁଝେଇଲା ପରେ ହଁ ଭରେ ସ୍ୱାଗତିକା ।ବାସ ଏବେ ସେମାନେ ଅଘୋଷିତ ଦମ୍ପତି ।ସ୍ୱାମୀ ସ୍ତ୍ରୀ ଭଳି କହିଲେ ଚଳେ ।ମାଆ ବାପା ଙ୍କ ସରଳ ପଣିଆ ର ସୁଯୋଗ ନେଇ ଏବେ ଭୁବନେଶ୍ୱର ରେ ଝିଅ ଗଢୁଛି ନୁଆଁ ସଂସାର ।ଟେର ପାଇ ନାହାନ୍ତି ମାଆ ବାପା ।ମନ ତାଙ୍କର ଭାରି ଖୁସି ଝିଅ ଆମର ପଢୁଛି ଭୁବନେଶ୍ୱର ରେ ।କିନ୍ତୁ ଧୋକା ଦେଉଛି ଝିଅ ।ଏ ବିଶ୍ୱାସ ନା ଅବିଶ୍ୱାସ କିଏ କହିବ।

ବରପିଟା, ପାଟଣାଗଡ଼, ବଲାଙ୍ଗୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy