ଜହ୍ନକୁ ଛୁଇଁବାର ଇଛା
ଜହ୍ନକୁ ଛୁଇଁବାର ଇଛା
ବାର ବାର
ଜହ୍ନକୁ ଛୁଇଁ ବାର ଇଚ୍ଛା,
କିନ୍ତୁ ଜହ୍ନ ଧରା ଛୁଆଁ
ଦିଏନି ଜାଣିଛି।
ବାର ବାର
ହାତ ବଢ଼େଇ
ଧରିବାର ପ୍ରୟାସ
ବାମନ ମୁଁ ଚେଷ୍ଟା ନିରର୍ଥକ।
ଜହ୍ନ କେବେ ନେଇଆସେ
ଶୀତଲତାର ସ୍ପର୍ଶ,
ଆଉ କେବେ
ଦାରୁଣ ଦୁଃସ୍ୱପ୍ନ।
ତଥାପି ଅଦମ୍ୟ ଇଚ୍ଛା
ଜହ୍ନର ଜୋତ୍ସ୍ନାରେ
ଭିଜିବାକୁ
ଆଉ ଥରେ ହାତ
ବଢ଼େଇ ଛୁଇଁବାକୁ।
