କଲି ଜୁଗର ଚଉତିଶା କବି-କ୍ଷୀରୋଦ୍ର କୁମାର ସାହୁ
କଲି ଜୁଗର ଚଉତିଶା କବି-କ୍ଷୀରୋଦ୍ର କୁମାର ସାହୁ
କଲିଯୁଗର୍ ଚଉତିସା
ଅଏନ କଥା ଦୂରା କହୁଛେ ବାବୁ ସୁନ ।
ଅସାର କଥା ନୁହେଁ ଇତାର୍ ଅଛେ ଗୁନ୍ ||
ଆଝିର୍ ମୁନୁସ୍ ରେ ବାବୁ କାଲ୍କେ ନାଇ ।
ଆସା କଲା କଥା ଘେ ଜିବା ପାଏନ୍ ହେଇ ॥
ଇଠାନୁ ଜନମ୍ ହେଲା ଇନ କିମା ମରି ।
ଇତାର ସେତାର କଥା ଥିମା କାଁଜେ ଭାଲି ॥
ଇଛନ୍ ଅଛୁ ବାବୁ ଆର ଛନେକେ ନାଇଁ ।
ଇସପର ମାହାପୁରୁ ନାଁ କେ ଥିମା ଗାଇ ॥
ଉସତ୍ ହେଇକରି ଧରଲେ ତାକର ନାଁ ।
ଉଏନ କରି ରଖିବେ ହେବେ ବାବୁ ସାହା ।।
ଉପାସ୍ ଜାଗର୍ କରୁ ଅଛୁ ତୁଇ କେତେ ।
ଉନଝା କଥାକେ ବାବୁ ନି ଭାଲ୍ବୁ ସତେ ॥
ଋସି ମୁନି ମାନେ କହିଛନ୍ ଜେନ୍ କଥା ।
ରୁସାଫୁଲା ନୁହେଁ ସେ ପରଛା ସତ୍ କଥା ||
ଏକଲା ଆଇଛୁ ବାବୁ ଏକଲା ନ ଜିବୁ ।
ଏଖା ମାହାପୁରୁ ନାଁ କେ ତୁଇ ଧରିଥିବୁ I
ଏଇଛେନ ବାବୁ ଇଟା କୁଆନ ସମିଆଁ ।
ଇହାଦେନୁ ଧରୁଥାନ ମାହାପୁରୁର ନାଁ ॥
ଓ କରିବେ ବାବୁ ତୁଇ କରିଥୁବୁ ଲଏ ।
ଓମକାର ସେ ତତେ କରିବେ କିଏ ଜଏ ||
ଅଉଛେନ ସମିଆଁ ଦେଖୁଥାରେ ବାବୁ ।
ଅଉସଧ ବାଗିର ନାଁ କେ ଧରିଥବୁ |
କହୁଁଛେ ବାବୁରେ ତୁଇ ସୁନ୍ କାନଡେରି ।
କଲିଯୁଗର ଚଉତିସା ଭାସା କୋସଲି ॥
ଖଚମିଚ କପଟ କଥା କର ଧୁରିଆ ।
ଖଟି ଖଟି କରି ବାବୁ ତୁଇ ହ କମିହାଁ ॥
ଗରବ ଅହଁକାର କଥା ଇନ ଜେ କଲା ।
ଗେଜୋ ନାଇରହେ ସେ ର୍ଜି ଥାଇକରି ମଲା ||
ଘର ବନାଉଛୁ ତୁଇ ଇଆଡେ ସେଆଡେ ।
ଘିଚା ଟନା ହେବେ ବାବୁ ତୁଇ ମରିଗଲେ ।
ଉଆଁସ ରାଏତ୍ ଫାଟେ ଜଲଲେ ଡିବିରି ।
ଉକିଆ ଦେ ବାବୁ ନିଜେ ତୁଇ ଜଲିକରି ॥
ଚେତିକରି ଥାରେ ବାବୁ ଲଗାତୋର୍ ମନ ।
ଚୋର ବୃହିନେବେ ତୋର ସବୁ ଜେତେ ଧନ ॥
ଛନ୍ଦ କପଟ ମୁଁ ରହ ଧୁରିଆ ତର୍କି ।
ଛିନା ଦେଖୁ ଘିଚି ନେବା ନାଇଁ ପାରୁ ଡାକି ॥
ଜିବନ ଟା ଦୁଇଦିନ ନାଇଁକର ଟାନ ।
ଜଂଜାଲ୍ ଜାଲେ ରହେଲେ ଭାଙ୍ଗିକିବା ମାନ ॥
ଝଲକା ଗଠିଆ କାନ ଫସିଆ ବନାବୁ ।
ଝନେ କିହେ ନାଇଁ ନେଇଁ ଇକଥା ଜାନବୁ ॥
ନିତିନିଅମ୍ ମାନିକରି ତୁଲ ଚଲୁଥା ।
ନିଏ ଅନିଏ କଥା ବାବୁ ସୋର୍ କରିଥା ||
ଟେକ ଟାନ କଥା ବାବୁ ଜଦି ତୁଲ କଲୁ ।
ଟେକ ଟାନ ଭାଙ୍ଗି ଦେବେ ସତେ ମାହାପୁରୁ ||
ଠକି ଠକି କରି ତୁଇ କେତେ ଦିନ୍ ଜିବୁ ।
ଠକେ ଦିନେ ପଡିଜିବୁ ସତେ ତୁଇ ବାବୁ ॥
ଡରେଇ ଧୁପେଇ କରି ବାବୁଜେ ଖାଏଲେ ।
ଡେବରି ହାତେ ଜିବା ଭୁଜନି ଥି ଆଏଲେ I
ଢ଼ମ୍ପନ କରି କଥା କହୁଥିଲେ ବାବୁ ।
ଢ଼େକେଲ୍ ପଖନ୍ ମନେ ଏଖା ତ ପାଏବୁ |
ନାଇ କର ରୁସାଫୁଲା ନାଇକର ଟାନ ।
ନାଇ ରହେ ଟେକ ଟାନ ଥିସିଖାଲି ମାନ I
ତଲ୍ ବରଡା ଖସୁଛେ ଉପର ହଁସୁଛେ ।
ତରିଜିବା ଳେ ମାହାପୁରୁର ନାଁ ଧରୁଛେ I
ଥଏ କର ଚିତ ଗା ଥଏ କର୍ ମନ ।
ଥରେକେ ନାଇଁ ମିଲେ ତ ହଜିଗଲା ଧନ ॥
ଦମ୍ କରି କରି ବାବୁ ଜଦି ଥୁବୁ ତୁଇ ।
ଦଜା, ଖେମା, ସତ, ସାନତି ଚାରି ଜିବୁ ପାଇ ।।
ଧନ୍ଦି ହେଉଛୁରେ ବାବୁ ଧନ ଧନ ବଲି ।
ଧନ ପଲେଇ ଜିବା ମରବୁ ଭାଲି ଭାଲି ॥
ନାଇ ହେଲା କଥା କେ ସତ ନାଇ କରିବୁ ।
ନରଦି ନରଦି କରି କାଁହେଲେ ମରବୁ ।।
ପରର କଥାକେ ବାବୁ କେଭେ ନି ଧରବୁ।
ପସତଉଥିବୁ ପଛେ ଇକଥା କାନବୁ |
ଫଲ ଫଲସି ଗା ବାବୁ ତାର ଠିକ୍ସୁରେ ।
ଫଲ ଭଲ ପାଏବୁ ଭଲକାମ କଲେ ॥
ବନେ କାମ କଲେ ଗା ବନେ ଫଲ ପାଏବୁ ।
ବଦମାସ କାମ କଲେ ବଦ୍ନାମ ହେବୁ ॥
ଭଲ କାମ କର ବାବୁ ସତ୍ କଥା କହ ।
ଭଗବାନ୍ ତତେ ଭଲ ପାଏବେ ଗା ଜହ II
ମନ କେ କର ଟାନ୍ ଚିତ୍ କେ କର ଥଏ ।
ମାହାପୁରୁ ସଦାବେଲେ କରିବେ ତ ଜଏ ।।
ରାମ ରାମ ବଲ ବାବୁ ଭବୁ ଜିବୁ ତରି ।
ରାମ ନାମ୍ ତ ଆଏ ଜମର ଅଏରି ॥
ଲଏଖନ୍ ଜେନ୍ତା ଭଜୁଥିଲେ ରାମ ରାମ ।
ଲଖମି ଆଏବେ ବାବୁ କଲେ ବନେ କାମ ॥
ସତ କଥା ଇଟା ବାବୁ ସୁରତା ତ କର ।
ସତ କଥା ସୁନ ବଲି ଲେଖେ ଖୀରୋଦର ॥
ହରି ନାଁ କେ ବାବୁ ସବେ କରିଥିଲେ ଲଏ ।
ହରି ନେବେ ସବୁ ଦୁଖ୍ ହେବା କଏ ହୁଏ ।
