STORYMIRROR

PUSPALATA SAHOO

Inspirational

4  

PUSPALATA SAHOO

Inspirational

ବିରତା

ବିରତା

1 min
353

ଦେଶ ମାତୃକାର ସୁରକ୍ଷାନିମନ୍ତେ

ଜନମିଲ ତୁମେ ବୀର।।

ତୁମ ବିନା ଆଜି ଏ ଦେଶ କାନ୍ଦୁଛି

ଆଖିରେ ଲୁହର ଝର।।

ସୀମାନ୍ତ ରେ ରହି ଜାଗ୍ରତପ୍ରହରୀ

କର୍ତ୍ତବ୍ୟରେ ରତ ହେଲ।।

ଆତ୍ମୀୟ ସ୍ୱଜନ ବନ୍ଧୁ ପରିବାର

ସବୁ ଦୂର କରିଦେଲ।।

ପଡ଼ୋଶୀ ଦେଶର ଶତ୍ରୁକୁନିପାତି

ଦେଶକୁ ରକ୍ଷା କରିଲ।।

ତୁମ ଯଶ କୀର୍ତ୍ତି ତୁମଦେଶ ପ୍ରୀତି

ଜନତାଙ୍କୁ ଦେଖାଇଲ।।

ବିଜୟ ପତାକା ଉଡାଇଲ ଯୋଦ୍ଧା

କାରଗିଲ ପାହାଡରେ।।

ବିଜୟ ଦିବସ ପାଳେ ଆଜି ଦେଶ

ତୁମ ସ୍ମୃତି ସ୍ମରଣରେ।।

ମାଟି ମାଆ ପାଇଁ ପ୍ରାଣବଳୀଦେଇ

ରଖିଗଲ ତୁମେ ଯଶ।।

ବିରତା ର ଲାଗି ଜଣାଏ ପ୍ରଣତି

ତୁମ ପଦେ ଶତ ଶତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational