STORYMIRROR

Deepak Kumar Mishra

Romance

3  

Deepak Kumar Mishra

Romance

ବଇରୀ ବସନ୍ତ

ବଇରୀ ବସନ୍ତ

1 min
763

ବସନ୍ତକୁ କେବେ

ଅପେକ୍ଷା କରିନି ମୁଁ

ମୋତେ ବି କେବେ ବସନ୍ତ ଛୁଇଁନି ତ

ବୋଧେ ବସନ୍ତ ସହିତ

ମୋର ନିବିଡ଼ତା କେବେବି ନଥିଲା

କି ଏବେବି ନାହିଁ

ସତରେ

ସେ ମୋ ପାଈଁ ଜଣେ ଅଛୁଆଁ ପ୍ରେମିକା

ଆଉ ତା' ପାଈଁ ଅସ୍ପଶ୍ୟ ପ୍ରେମିକଟିଏ ମୁଁ l


ମୋ ବୟସ ବସନ୍ତରେ

କାହିଁ କେବେ କୋଇଲିର

ରାବ ଶୁଭିନି ତ

ଡାଫୋଡିଲଟିଏ ବି ଫୁଟିନି

ପଡିନି ସୂର୍ଯ୍ୟଙ୍କର କୋମଳ କିରଣ

ସରାଗ ଭରା ମେଘୁଆ ପାଗ

ମୋତେ ଆଲିଙ୍ଗନ କେବେବି କରିନି ତ

ବୋଧେ ବସନ୍ତ ମୋତେ

ଘୃଣା କରେ

ତେଣୁ ବସନ୍ତବି ମୋତେ

ଜମା ଭଲ ଲାଗେନି l


ଆଜି ପ୍ରୋଢତାର ବସନ୍ତରେ

ଭଗାରୀ ବସନ୍ତ ପାଈଁ

ଅସଜଡ଼ା ଶବ୍ଦରେ, ଅଲାଜୁକ ମନରେ

ସବୁ ବଇରୀ ଭୁଲି

ନିମନ୍ତ୍ରଣ କବିତାଟିଏ ଲେଖି କହୁଛି

ଆ' ମୋତେ ଟିକେ ଭଲ ପା

ଥରଟେ ଛୁଇଁ ଦେଇ ଯା'

ସଦା ନିରସିଆ ପ୍ରାଣରେ

ଅଳ୍ପ ଟିକେ ବସନ୍ତ ଭରି ଦେଇ ଯା' l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance