STORYMIRROR

Hemanta Kumar Nayak

Inspirational

3  

Hemanta Kumar Nayak

Inspirational

ବିପର୍ଯ୍ୟୟ କବିତା

ବିପର୍ଯ୍ୟୟ କବିତା

1 min
329

ଜହ୍ନ ଦେହେ ଚିହ୍ନ

କିଏ କୁହେ କଳଙ୍କ

ଆଉ କିଏ

କଳ୍ପନାରେ କୁହେ କେତେ କଥା

ଏଇ ଯେମିତି ମୋର କବିତା ।


ଫୁଲ, ଫଗୁଣ,ତାରାପୁଞ୍ଜ ଆକାଶ

ପାହାଡ଼, ଝରଣା, ବେଳାଭୂମିକୁ ନେଇ

ତୁମ ସହ ତୁଳନା କରୁଥିଲି କବିତାରେ

ଏବେ ଖାଲି ବିରହ ପଙ୍କ୍ତିରେ ।


ବସନ୍ତକୁ ଠିକ୍ ରେ ଅନୁଭବ କରିହୁଏନା

ଏଇ କେତେ ବର୍ଷ ହେଲା

କେବେ ବର୍ଷା, କେବେ ଖରା, କେବେ ଶୀତ 

ଆଦରି ନେଉଛନ୍ତି ଋତୁଚକ୍ରରୁ ତା'ର ସ୍ଥାନ

ସେମିତି ପ୍ରେମ କେବେ ପୂର୍ଣ୍ଣଥିଲା ଏବେ ଶୁନ।


ବଗିଚାରେ କ'ଣ ଫୁଲ ଫୁଟୁନି

ହଁ, ପ୍ରଜାପତି ବସୁଛି, ଭଅଁର ଗୀତ ଗାଉଛି, 

ମହୁମାଛି ଚୁମି ଯାଉଛି ଫୁଲରେ ଫୁଲରେ

ତୁମ ସହିତ ଯେମିତି ଦେଖାହୁଏ ମଝିରେ ମଝିରେ ।


ବସନ୍ତକୁ ବାରିହୁଏ ମଳୟ ବୋହିଲେ

ସର୍ବାଙ୍ଗ ପିତା ନିମ୍ବର ଫୁଲରେ ମଧୁଭରେ

ଆମ୍ବ ବଉଳର ବାସ୍ନାରେ କୋଇଲିର କଣ୍ଠ ଫିଟେ

ଚନ୍ଦନ ବନରୁ ବାସ ଛୁଟେ ।


ଏବେ କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ବେଶୀ

ବିପର୍ଯ୍ୟସ୍ତ ହୋଇଛି ତାଠାରୁ ଅଧିକ ମାନସିକତା

ଏଇ ଯେମିତି ମୋର କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational