STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ବିପନ୍ନ ସମ୍ପର୍କ

ବିପନ୍ନ ସମ୍ପର୍କ

1 min
156


କାହିଁ ଆଜି ଯାଏ ହଜି ମାନବୀୟ ସମ୍ପର୍କରୁ

ସାମ୍ୟବାଦର ସୁମଧୁର ସ୍ନିଗ୍ଧ ମହକ

ପ୍ରତି ବଦଳରେ କୁହୁଳୁଛି ଅହରହ 

ସାମନ୍ତବାଦର ଦୁର୍ଗନ୍ଧମୟ ଡହକ?


କାହିଁ ପାଇଁ ମନ ସିଲଟରୁ ଯାଏ ଲିଭି

ଶାନ୍ତି - ମୈତ୍ରୀ - ପ୍ରୀତିର ଶବ୍ଦପୁଞ୍ଜ

ଲେଖା ହୁଏ ଯହିଁ ପ୍ରଗାଢ଼ କାଳିରେ

ନବ୍ୟ ସାମ୍ରାଜ୍ୟବାଦର ରକ୍ତିମ ସ୍ତବକ?


କାହିଁ ଯାଏ ଛିଡି ମନରୁ ମନର

ସ୍ନେହ ମମତାର ନିବିଡ଼ ସମ୍ପର୍କ

କିଏ ପୋତେ ତହିଁ ହିଂସା ଦ୍ଵେଷର

ଅଲ୍ଲଂଘନୀୟ ଗଗନଚୁମ୍ବୀ ବିଷ ବୃକ୍ଷ?


ତୁଚ୍ଛ ଅର୍ଥ - ପ୍ରତିଷ୍ଠା - କ୍ଷମତା ଲାଗି

ଏ ମାନବ ଭୁଲୁଛି ମାନବତ୍ବ

ହାରି ସାରିଲାଣି ବୁଦ୍ଧି ବିବେକ

ବନ୍ଧା ପଡ଼ିଲାଣି ମାନ ମହତ l


ଆପଣାକୁ ଆନଠୁ ବଳି ଶ୍ରେୟସ୍କର ଶ୍ରେଷ୍ଠ

କରିବାକୁ ପ୍ରଦର୍ଶିତ ଏ ଛାର ମାନବ

ଲଙ୍ଘୁଅଛି ସୌଜନ୍ୟତାର ସୀମା ସରହଦ

କେବେ ସେ ତହିଁରୁ ହୋଇବ ବିରତ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics