STORYMIRROR

Binaya Bhusan Panigrahi

Inspirational Others

3  

Binaya Bhusan Panigrahi

Inspirational Others

ବିପ୍ଳବର ମହାକାବ୍ୟ

ବିପ୍ଳବର ମହାକାବ୍ୟ

1 min
459


ସାଜିବି ମୁଁ ବିପ୍ଳବର ଏକକୋଷି ବୀଜ,

ଅଙ୍କୁରିତ ହେଇଯିବି ସ୍ୱଇଚ୍ଛାରେ

ମେରୁରେ,ମରୁରେ,ମହାନଗରୀରେ,

ବିଶ୍ୱର କୋଣ ଅନୁକୋଣେ,

ଜଙ୍ଗଲଠୁଁ ଜନପଥ,ସଚରାଚର।

ଲେଖିଦେବି ବିଦ୍ରୋହର ମହାକାବ୍ୟ

ବିପ୍ଳବର ଲୋହିତ ଶିଖାରେ।।

ବୀଜପତ୍ର ମେଲିବା ମାତ୍ରକେ

ଢାଙ୍କିଦେବି ଦ୍ୱିଗୋଲାର୍ଦ୍ଧ ଆକାଶକୁ

ବୀଜପତ୍ରେ ଭରିଥିବା ଅଗ୍ନିର ସ୍ଫୁଲିଙ୍ଗେ,

ଆଚ୍ଛାଦିତ କରିଦେବି ନଭର ନିଳୀମା

ନବ ନଭ ଭରିଦେବି ରକ୍ତିମ ଆଭାରେ।

ଲେଖିଦେବି ବିଦ୍ରୋହର ମହାକାବ୍ୟ

ସ୍ୱଦେହ ଶୋଣିତେ ସାରା ଆକାଶରେ।।

ବର୍ଷିବି ମୁଁ ବିନାଶର ଦାବାନଳ,

ବୋହିଯିବି ତପ୍ତ ଲାଭା ହେଇ

ନଦୀ,ନାଳ,ସାଗର ଓ ମହାସାଗରରେ,

ଜଳିବି ମୁଁ ଶତସୂର୍ଯ୍ୟ ସୌର୍ଯ୍ୟନେଇ

ସ୍ୱରଚିତ ଆକାଶର ସବୁ ଇଲାକାରେ।

ଲେଖିଦେବି ବିଦ୍ରୋହର ମହାକାବ୍ୟ

ପୃଥିବୀର ମାଟି,ପାଣି,ପବନରେ

ବିନାଶ କରିବା ପାଇଁ କ୍ଷୁଧା,ତୃଷ୍ଣା,

ଅନ୍ୟାୟ,ଉତ୍ପିଡ଼ନ,ଶୋଷଣ,କଷଣ,

ପରିପ୍ଳୁତ କରିବାକୁ ବିଶ୍ୱ ମାନସକୁ

ସ୍ନେହ,ପ୍ରେମ,ସୁଖ ଓ ଶାନ୍ତିରେ।।


ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପୀରହାଟ ବଜାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational