ବିପ୍ଲବୀ ବୀର ସୁବାଷ ଚନ୍ଦ୍ର
ବିପ୍ଲବୀ ବୀର ସୁବାଷ ଚନ୍ଦ୍ର
ବିପ୍ଳବୀ ବୀର ଭାବରେ ଖ୍ୟାତ ସୁବାଷ ଚନ୍ଦ୍ର ବୋଷ
ବିସ୍ମୟ ରହସ୍ୟ ବୀର ସୁବାଷଙ୍କ ପ୍ରାୟ ଅପରିପ୍ରକାଶ
ଭାରତର ସ୍ଵାଧୀନତା ହାସଲରେ ଚର୍ଚ୍ଚିତ ସଂଗ୍ରାମ
ସେ' ସଂଗ୍ରାମ ମଧ୍ୟରେ ସୁବାଷ ଚନ୍ଦ୍ର ବୋଷ ଅନ୍ୟତମ
ରକ୍ତ ଗରମ ହେବା ପ୍ରତ୍ୟୟ ଶୁଣି ତାହାଙ୍କ ଭାଷଣ
ରକ୍ତର ଜବାବ ରକ୍ତରେ ଦେବାକୁ ଥିଲା ସେ' ଆହ୍ବାନ
ଦେଖି ଇଂରେଜ ଶାସନର ଅକଥନୀୟ ଅତ୍ୟାଚାର
ଏ ଦେଶ , ମାଟି ମାଆ ସୁରକ୍ଷା ଥିଲା ତାଙ୍କର ବିଚାର
ଉତ୍କଳର କଟକ ସହର ସୁବାଷଙ୍କ ଜନ୍ମ ସ୍ଥାନ
କଟକ ଓ କଲିକତା ସହରରେ ଶିକ୍ଷା ସମାପନ
ପୁଣି ଉଚ୍ଚ ଶିକ୍ଷା ଲାଭ ଅର୍ଥେ ଯାତ୍ରା ସୁଦୂର ଲଣ୍ଡନ
ଆଇସିଏସ୍ ପରୀକ୍ଷାରେ କ୍ରମେ ସଫଳତା ଅର୍ଜନ
ସର୍ବ ଭାରତୀୟ ସିଭିଲ୍ ସର୍ଭିସ ଥିଲା କର୍ମ କ୍ଷେତ୍ର
ତତ୍କାଳୀନ ଇଂରେଜ ଶାସନ ପ୍ରତି ଥିଲେ ବ୍ୟତିବ୍ୟସ୍ତ
ଇଂରେଜଙ୍କ ଜାଲିୱାନା ବାଗ ହତ୍ୟା କାଣ୍ଡ ଘଟଣାରେ
ସ୍ବଦେଶ ଫେରି ନିଜକୁ ଅର୍ପିଲେ ଜନ୍ମଭୂମି ସେବାରେ
ଯୋଗଦାନ ପୂର୍ବକ ଭାରତୀୟ ଜାତୀୟ କଂଗ୍ରେସରେ
କ୍ରମେ ଅଳଙ୍କୃତ ହୋଇଥିଲେ ସଭାପତି ପଦବୀରେ
କଂଗ୍ରେସର ପ୍ରମୁଖ ନେତାଙ୍କ ସହ ମତାନ୍ତର ଧାରେ
ଫରୱାର୍ଡ ବ୍ଲକ୍ ନାମରେ ଦଳ ବି ଗଢ଼ି ଥିଲେ ପରେ
ବୈପବ୍ଲିକ ସଂଗ୍ରାମ ସନ୍ଦେଶ ଦେଲେ ସାରା ଭାରତରେ
ଗିରଫ ହୋଇଲେ ଆଇନ ଅମାନ୍ୟ ଆନ୍ଦୋଳନ ଧାରେ
କ୍ରମେ ମୁକ୍ତି ଲାଭ ହେଲା ,ଗାନ୍ଧୀ-ଇରୱିନ୍ ଚୁକ୍ତି ପରେ
ନାଜି ଶାସକ ହିଟଲରଙ୍କ ସାହାଯ୍ୟ ଲୋଡ଼ି ଥିଲେ ଧିରେ
ଆଜାଦ୍ ହିନ୍ଦ୍ ଫୌଜ ବା ଭାରତୀୟ ସେନା ବାହିନୀର
ଗଠନ ସହିତ ନେତୃତ୍ୱ ଥିଲା ସୁବାସ ବୋଷଙ୍କର
ଫ୍ରୀ ଇଣ୍ଡିଆ ଆର୍ମି ଗଠନ କରିଲେ ଜର୍ମାନୀ ମାଟିରେ
ଭାରତବାସୀଙ୍କୁ ଆହ୍ବାନ କଲେ ରେଡ଼ିଓ ମାଧ୍ୟମରେ
ସିଙ୍ଗାପୁରରେ ବି ସ୍ଥାପନ ଆଜାଦ୍ ହିନ୍ଦ୍ ସରକାର
ଇଂରେଜ ସେନାଙ୍କ ସହିତ ଯୁଦ୍ଧ ବି ହେଲା ବହୁ ବାର
"ତୁମେ ମୋତେ ରକ୍ତ ଦିଅ" ମୁଁ ତୁମକୁ ସ୍ବାଧିନତା ଦେବି
ଏହି ଉକ୍ତି ଭାରତୀୟ ଏକଜୁଟ ହେବା ପାଇଁ ଥିଲା ଦାବି
ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପୁଣି ପ୍ରାକୃତିକ ବିପର୍ଯ୍ୟୟରେ
ଯୋଗାଯୋଗ ବିନା ସଂଘଟନ ପ୍ରାୟ ଦୁର୍ବଳ ସ୍ଥିତିରେ
ଅନ୍ୟ ଦେଶ ସହାୟତା ପୁଣି ଲୋଡ଼ି ଥିଲେ ଦୁର୍ଦ୍ଦିନରେ
ସହାୟତା ବିନା ବି ଲଢେଇ କରୁଥିଲେ ସାହସରେ
ସିଙ୍ଗାପୁର ରୁ ବ୍ୟାଙ୍କକ୍ ବିମାନ ଯାତ୍ରା ସମୟରେ
ନିଖୋଜ ହେବା ଖବର ଚର୍ଚ୍ଚା ହେଲା ସମଗ୍ର ବିଶ୍ୱରେ
ଅନେକ କଳ୍ପିତ କାହାଣୀ ସୁବାସ ବୋଷଙ୍କ ନାମରେ
ଜୀବିତ ନା ମୃତ ଆଜି ସୁଦ୍ଧା ପ୍ରାୟ ସନ୍ଦେହ ଘେରରେ
'ଦିଲ୍ଲୀ ଚଲୋ' ଏବଂ"ମୋତେ ରକ୍ତ ଦିଅ''ଏହି ଆହ୍ଵାନରେ
ସୁବାଷ ଚନ୍ଦ୍ର ବୋଷଙ୍କ ନାମ ପରିଚିତ ଭାରତରେ
ମହାତ୍ମା ଗାନ୍ଧୀ ଓ ସୁବାସ ବୋଷଙ୍କ ଚିନ୍ତାଧାରା ଭିନ୍ନ
ଗାନ୍ଧୀ ଅହିଂସାର ପୂଜାରୀ, ବୋଷ ବିପ୍ଳବୀ ପରାୟଣ
ଜୀବନରେ ନିଜେ କିଛି କରିବାର ଯଦି ଥାଏ ପଣ
ସୁବାସ ଚନ୍ଦ୍ର ବୋଷ ନାମ ହିଁ ଏକ ପ୍ରେରଣାର ବାଣ
ମାଟି ମା ପ୍ରତି ବଳିଦାନ ସଂଗ୍ରାମୀଙ୍କ ମଧ୍ୟରୁ ଭିନ୍ନ
ଦେଶ ପ୍ରେମ ଭାବନା ଥିଲା ସୁବାସ ବୋଷଙ୍କ ଆହ୍ବାନ
ସ୍ବାଧିନ ଦେଶ ର ଅଧିବାସୀ,ଆଜି ଆମେ ଭାରତୀୟ
ବିଶ୍ଵ ଦରବାରେ ଭାରତୀୟ ବୋଲି ଆମ ପରିଚୟ
ସ୍ବାଧିନ ଭାରତର ଧ୍ଵଜା ତ୍ରିରଙ୍ଗା, ଉଡେ ଫରଫର
କେତେ ସଂଘର୍ଷ ଓ ବଳିଦାନ ପରେ ଖୁସିର ଖବର
ମହାନ୍ ବିସ୍ମୟ ବିପ୍ଳବୀ ସୁବାସ ବୋଷଙ୍କର ଉକ୍ତି
ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ସମ୍ପ୍ରତି
