Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Fantasy Inspirational Others

3  

Sameer Kanhar

Fantasy Inspirational Others

ବିପିନ ରାଓତ

ବିପିନ ରାଓତ

1 min
391


ଆହେ ବିପିନ ସେନା ନାୟକ କାହିଁ ଗଲ ତୁମେ ଚାଲି,      

ଭାରତ ମାତା କରିଥିଲା ଗର୍ବ ତୁମେ ସିନା ଥିଲ ବୋଲି ।


ଅମର ହୋଇଛି ସହିଦ ହୋଇ ଧର୍ମ ପତ୍ନୀ ସହିତରେ,      

ତୁମରି ବୀରରେ ଯୁଦ୍ଧ କୌଶଳ କୁ ଭାରତ ମା ଯେ ଝୁରେ ।


ଅକାରଣେ ଲିଭି ଜୀବନ ଦୀପ ସଭିଙ୍କୁ ବ୍ୟତୀତ କଲା,      

ତୁମରି ମୃତ୍ୟୁ ଶୁଣିବା କ୍ଷଣି ଯେ ସାରା ଦେଶ ସ୍ତବ୍ଧ ହେଲା ।


ଚୀନ, ପାକିସ୍ତାନ ଐରୀ ଦେଶ ଭାରତ ମାତାର ସିନା,       

ତୁମେ ବୀର ଥିଲେ ଯୋଦ୍ଧା କାହାକୁ ଏହା ଅଜଣା ।


ତୁମକୁ ହରାଇ କାନ୍ଧୁଛି ଜନନୀ ତାର ବୀର ପୁତ୍ର ଗଲା ,     

ଅକାଳ ବାୟୋଗେ ସମ୍ବାଦ ଶ୍ରବଣ ତାହାରି ଭାଗ୍ୟରେ ଥିଲା ।


ଚିର ଦିନ ପାଇଁ ରହିଗଲ ତୁମେ ଭାରତ ବସୀ ସ୍ମରଣେ,     

ଦେଶ ପାଇଁ ତୁମେ ବରପୁତ୍ର ଏକ ଚାଲିଗଲ ଅକାରଣେ ।


ଅଶ୍ରୁ ଶ୍ରଦ୍ଧାଞ୍ଜଳି ଦେଉ ଅଛୁ ଆଜି ସଭିଏଁ ଭାରତ ବାସି,     

ତୁମରୀ ସିନା ବିର ଝୁରି ଝୁରି ଆଜି ମାର୍ମହତ ଅଛୁ ବସି ।


Rate this content
Log in

Similar oriya poem from Fantasy