STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ବିପଦର ବନ୍ଧୁ

ବିପଦର ବନ୍ଧୁ

1 min
153


ପ୍ରସବ ବେଦନା ହୁଏ ହରିଣୀ ର

ଲାଗିଲା ଜଂଗଲେ ନିଆଁ,

ସୁରକ୍ଷିତ ସ୍ଥାନ ଖୋଜି ବୁଲୁଥାଏ

ହୁଏ ନଦୀ କୂଳେ ଠିଆ। 


ଡାହାଣ ପାର୍ଶ୍ଵରେ ଧନୁତୀର ଧରି

ଜଗିଛି ଏକ ଶିକାରୀ,

ବାମ ଦିଗେ ସିଂହ ଛକି ବସିଅଛି

ଶୀକାର ଅପେକ୍ଷା କରି।


ସମ୍ମୁଖରେ ନଦୀ ପଶ୍ଚ୍ୟାତେ ଅନଳ

ପାଶେ ସିଂହ ଓ ଶିକାରୀ,

ଖସିବାକୁ ପଥ ନପାଇ ହରିଣୀ

ଡାକେ ଉଦ୍ଧାର ଶ୍ରୀହରୀ।


ଲକ୍ଷ୍ୟ କରି ତୀର ଛାଡଇ ଶିକାରୀ

ଆସି ଏକ ନିଆଁ ହୁଳା,

ଶିକାରୀ ଆଖିରେ ମାଡ଼ ହୋଇଯାଏ

ଦେଖ ବିଧାତା ର ଖେଳା।


ଲକ୍ଷ୍ୟ ଭ୍ରଷ୍ଟ ତୀର ବିପରିତ ଦିଗେ

ବାଜେ ଯାଇ ସିଂହ ପେଟେ,

ଜୀବନ ବିକଳେ ଧାଉଁ ଅଛି ସିଂହ

ନ ଚାହିଁ ପଛକୁ ମୋଟେ।


ବିପଦ ଟଳିଲା ଖୁସିରେ ହରିଣୀ

ପ୍ରସବ କଲା ଏଥର,

ଦୁଇ ନେତ୍ରୃ ତା'ର ଆନନ୍ଦର ଅଶ୍ରୃ

ବୋହିଗଲା ଦୁଇ ଧାର।


ବିପଦର ବନ୍ଧୁ ପ୍ରଭୁ ଜଗନ୍ନାଥ

ଭକତ ର ଏକା ସାହା,

ଭକ୍ତିଭରା ଡାକ କର୍ଣ୍ଣରେ ବାଜିଲେ

ବଢାଇ ଦିଅନ୍ତି ବାହା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational