STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବିନୟ ବଚନ

ବିନୟ ବଚନ

2 mins
11


କାଉର କର୍କଶ ରଡ଼ି ଶ୍ରବଣ ରେ

ମନ ହୁଏ ବିଚଳିତ

କୋଇଲିର ସ୍ୱର ସତେ ବା ସଙ୍ଗୀତ

ତନ ମନ ପୁଲକିତ

ଖାଆ-ଭୁଞ୍ଜ-ଗିଳ ଶବ୍ଦ ବ୍ୟତିରେକ 

ଅଛି ବି ନମ୍ରତା ଶବ୍ଦ 

ବଚନ ବିନୟ ଧାରେ ଆମନ୍ତ୍ରଣ

ଭୋଜନରେ ଥାଏ ସ୍ଵାଦ

ରୂପ ସୁନ୍ଦର ହେଉ କି ନ ହେଉ

ଗୁଣ ସୁନ୍ଦର ଜରୁରୀ

ଗୁଣର ସୁନ୍ଦର ବାରି ହୋଇଯାଏ

ବଚନ ବ୍ୟକ୍ତ କିପରି

ବଚନ ବିନୟ ପୂର୍ବକ କହିଲେ

ଅମୃତ ଝରେ ସେଥିରେ

ଶ୍ରୋତା ଚିତ୍ତ ତୋଷ ହୁଏ ଶ୍ରବଣ ରେ 

ଖୁସି ଜାତ ହୃଦୟରେ

ପତି ପତ୍ନୀ ମଧ୍ୟେ ମୁହଁ ଫୁଲାଫୁଲି

ଅବା ଥିଲେ କିଏ ରୁଷି 

ଶିଶୁର କୋମଳ ବଚନ ଶ୍ରବଣେ

ଆତ୍ମୀୟତା ଉଠେ ହସି

ପ୍ରିୟା ଯେବେ କହେ ମିଠା ମିଠା କଥା

ମନେ ଆସେ ଉନ୍ମାଦନା

ଶତ ସିଂହ ବଳ ଆସେ ଶରୀରରେ

ଶୁଣି ପ୍ରିୟାର ଭାବନା

ଦୋଷ ଅପରାଧ କ୍ରମେ ହୁଏ କ୍ଷମା 

ଶୁଣି ବିନୟ ବଚନ

କ୍ରୋଧ ହିଂସା ମନୋଭାବ ହୁଏ ଦୂର 

ଶୁଣି ମଧୁର ବଚନ

କହିବା ଶୈଳୀରେ ଭାବ ରହିଅଛି

ବୁଝିବାକୁ ହେବ ଭାବ

ସବିନୟ ଧାରେ ଉତ୍ତର ରଖିଲେ 

ଦୋଷୀ ର କ୍ଷମା ସମ୍ଭବ

ନିଜର ପିଲାଙ୍କୁ ମିଠା କଥା କହି

ମାଆ କରେ କୋଳାଗ୍ରତ

ବାପାଙ୍କ କର୍କଶ କଥା ଶୁଣୁ ଶୁଣୁ 

ଅଯଥା ଭାବନା ଜାତ 

ସେହି ପରି ବାପାଙ୍କର କଡ଼ା କଥା

ଶୁଣି ପିଲାଏ ବ୍ୟଥିତ 

ମିଠା କଥା ଧାରେ ବାପ ଧନ କହି

ମାଆ ବୁଝାଏ ତ୍ଵରିତ 

ମୋହିନୀ ବେଶରେ ମିଠା କଥା କହି

ବିଷ୍ଣୁ ମୋହି ଦୈତ୍ୟ ମନ

ଅମୃତ ପ୍ରାପ୍ତିର ଦ୍ଵନ୍ଦ ସମାଧାନ

ସୂତ୍ର ମଧୁର ବଚନ

ରାଧାର ଅଧରେ ପ୍ରୀତି ପୁର୍ଣ୍ଣ ବାଣୀ

କାହ୍ନା ହୋଇଲେ ବିଭୋର

ଯୁଗ ଯୁଗ ଧରି ପ୍ରେମର କାହାଣୀ

ରାଧାକୃଷ୍ଣ ହିଁ ମଧୁର 

ବାଣୀ ପରିଭାଷା ଯାଇଛି ବଦଳି 

ଏହି ବ୍ୟସ୍ତ ସମାଜରେ

ଛଳନା ସହିତ ମଧୁର ବଚନ

ପ୍ରାୟ ପ୍ରତି ମୁହୂର୍ତ୍ତରେ

ମିଠା ଓ ମଧୁର ବଚନ ଆଳରେ

କଦର୍ଯ୍ୟ ହୀନ ଭାବନା

ମଧୁର କଥାର ସ୍ରୋତ ଧାରେ ଭାସି 

ନିଜ ଠିକଣା ଅଜଣା 

ଅମୃତ ବିନୟ ବଚନ ସହିତ

ପ୍ରାୟ ରାଜନୀତି ଖେଳ

ଶାସକ ଆସନ ଆସକ୍ତି ମନରେ

ମୁଖରେ ଭାବ ବିକଳ

ମଧୁର ବଚନ ପାଥେୟ ସହିତ

ରଚି ମନ୍ଦ ଅଭିପ୍ରାୟ 

ମାଧ୍ୟମ କେବଳ ମଧୁର ବଚନ

ନାହିଁ ଭାବ ସବିନୟ

ସବିନୟ ଭାବ ହେଉ ଆଭୂଷଣ

ସବୁ ଠାରୁ ଶ୍ରେଷ୍ଠ ଗୁଣ

ଗୁଣ ହୀନ ବ୍ୟକ୍ତି ପଶୁ ଠାରୁ ହୀନ 

ଗୁଣୀତ ହେଉ ସୁଗୁଣ

ନିଜର ବ୍ୟକ୍ତିତ୍ଵ ପ୍ରକାଶ ପଥରେ

ଶ୍ରେଷ୍ଠ ଗୁଣ ଆବଶ୍ୟକ

ଅମୃତ ବିନୟ ବଚନ ଧାରାରେ

କ୍ରମେ ଜୀବନ ସାର୍ଥକ

ସବିନୟ ଗୁଣ ଏକ ଆଭୂଷଣ 

ବଳେ ଉନ୍ନତି ଜୀବନେ

ବ୍ୟକ୍ତିତ୍ଵ ଉପରେ ରହିଛି ପ୍ରଭାବ

ଭାଷା ଶୈଳୀ ବାଣୀ ଗୁଣେ 

ଗୁଣରୁ ବ୍ୟକ୍ତିର ମିଳେ ପରିଚୟ

ଗୁଣୀ ବ୍ୟକ୍ତି ପ୍ରିୟ ପାତ୍ର 

ବିନମ୍ରତା ଆଢ଼ୁଆଳେ ସଫଳତା

କ୍ରମେ ଉଚ୍ଚ ପଦ ପ୍ରାପ୍ତ


ଦୟା,କ୍ଷମା,ଦାନ,ନମ୍ରତା,ଶିଷ୍ଠତା 

ଏକ ଦିବ୍ୟ ସମ୍ମିଶ୍ରଣ

ଆଚରଣ ଉଚ୍ଚାରଣରେ ବ୍ୟକ୍ତିତ୍ଵ

ରୁଚି ସମ୍ପନ୍ନ ସୌଜନ୍ୟ

ସେବା ଓ ପରୋପକାର କ୍ଷେତ୍ରରେ

ନମ୍ରତା ପ୍ରାୟ ଜରୁରୀ

ବିନୟ ବଚନ ପ୍ରିୟ ସର୍ବୋପରି

ଅନୁସରଣ ବିଧେୟ


Rate this content
Log in

Similar oriya poem from Abstract