STORYMIRROR

Sudhanjali Mishra

Abstract Romance

4  

Sudhanjali Mishra

Abstract Romance

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
456

ବିନ୍ଦୁଏ ସିନ୍ଦୁର

ସିନ୍ଦୂର ଲୋ ତୁ ବିନ୍ଦୁଏ ସିନ୍ଦୂର

ରଙ୍ଗ ଯେ ଅଟେ ନାଲି ତୋହର

ପ୍ରିୟ ଅଟୁ ତୁ ସଭିଁଙ୍କର

ନବ ବଧୂଯାଏ ତା ଶାଶୂଘର

ମଥାରେ ଦେଇ ନାଲି ସିନ୍ଦୂର...।


ବଢେ ଆୟୂଷ ପତିଦେବଙ୍କର

ସିନ୍ଥିରେ ଦେଲେ ଗାଢ଼ନାଲି ସିନ୍ଦୂର

ଥିରିଥିରି କରି ଆସୁଥିଲେ ଚାଲି

ପଡେନାହିଁ କାହା ନଜର ...

ସିନ୍ଦୂର ଲୋ ତୁ ବିନ୍ଦୁଏ ସିନ୍ଦୂର ......।


ଟିକିଲି ଅପେକ୍ଷା ମୂଲ୍ୟ, ଅଧିକ ତୋର

ସୁରକ୍ଷା ଅଟୁ ତୁ ନାରୀ ଜାତିର

ଅସୁରଙ୍କ ହାତେ ବଳିପଡିବାନି

ଏହା,ଅଟେ ପରା ଅସ୍ତ୍ର ନାରୀର ...

ସତୀ ସୀତାଙ୍କର ଟୋପାଏ ସିନ୍ଦୂରେ

ଲଙ୍କାପୁର ହେଲା ଛାରଖାର

ହନୁମାନ ପରା ପ୍ରଭୁଙ୍କ ଭକ୍ତିରେ

ବୋଳି ପକାଇଲେ ଦେହ ତାଙ୍କର ...

ସିନ୍ଦୂର ଲୋ ତୁବିନ୍ଦୁଏ ସିନ୍ଦୂର ....।


ସିନ୍ଦୂର ତୁ ସତେ କେଡେ ପବିତ୍ର

ସବୁ ଠାକୁରଙ୍କ ମୁଣ୍ଡରେ ଶୋଭିତ

ପ୍ରିୟ ଅଟୁ ଦେବୀ ଠାକୁରାଣୀର ...

.ସାଧବ ବୋହୂ ପତିଙ୍କ ଭାଲେ

ଦେଇ ନାଲି ସିନ୍ଦୂର

ବନ୍ଦାପନା କରି ଶୁଭ ମନାସେ

ପତିଙ୍କର ନୌଶୁଭଯାତ୍ରାର ....।


ପତିଙ୍କ ଭାଲେ ପାଇକ ବଧୂ

ଦେଇ ବିଜୟ ସିନ୍ଦୂର

ପ୍ରିୟତମ ଯାଅ ଯୁଦ୍ଧ କ୍ଷେତ୍ରକୁ

ସଦର୍ପେ ସମର କର....।


ସିନ୍ଦୂର ଲୋ ବିନ୍ଦୁଏ ସିନ୍ଦୂର

ମହିମା ଅଟେ ତୋ ଅପାର

ପାରିବ କିଏ ବର୍ଣ୍ଣି

ଅଧମ,ମୁଁ ଅଟେ ଛାର .....।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract