STORYMIRROR

Kishore Nayak

Children

3  

Kishore Nayak

Children

ବିଲେଇ ନାନୀର ଘର ପ୍ରତିଷ୍ଠା

ବିଲେଇ ନାନୀର ଘର ପ୍ରତିଷ୍ଠା

1 min
30


ବିଲେଇ ନାନୀର ଘର ପ୍ରତିଷ୍ଠା 

ଆସିଛି ବିଲୁଆ ନନା 

ପୂଜା ପାଠ ପାଇଁ ସଜବାଜ ହୁଏ 

ସଅଳ ମୂଷା ଭାଇନା ll

ପରିଶ୍ରମ କରି ଭାଇନା ଆମର 

ତୋଳିଅଛି କୋଠାଘର 

ଝଡି ବତାସକୁ ବିଲେଇ ନାନୀର 

ଆଉ କି ଅଛିରେ ଡର ll

ମନ୍ତ୍ର ପାଠ କରି ବିଲୁଆ ନନା 

ପୂଜା ବିଧି ସବୁ କଲା 

ଗଣ୍ଠିଲିରେ ବାନ୍ଧି କେତେଯେ ଦରବ 

ପାଉଣା ନେଇତା' ଗଲା ll

ବନ୍ଧୁ ବାନ୍ଧବଙ୍କୁ ଡାକିଛି ଭାଇନା 

କରିଅଛି ଭୋଜିଭାତ 

ହାତୀ, ବାଘ, ସିଂହ, ଭାଲୁ ଆସିଛନ୍ତି 

ସମସ୍ତେ ଭାଇନା ମିତ ll

ଭୋଜି ଖାଇବାକୁ ଆମ ଘରେ ଆସି 

ଭାଇନା ଯାଇଛି କହି 

ଆସ କୁନା ମୁନା ଭୋଜି ଖାଇଯିବା 

ରଖିଦିଅ ଖାତା ବହି ll

ଧାଆଁ ଧପଡ଼ରେ ବିଲେଇ ନାନୀ 

ଯାଇଛି ହାଲିଆ ହୋଇ 

ଝରକା ଖୋଲି ପଲଙ୍କ ଉପରେ 

ନିଦରେ ଯାଇଛି ଶୋଇ ll

ଭୋଜି ସରିଲା ସବୁ ସରିଲା 

ଗୃହ ପ୍ରବେଶର ବିଧି 

ମୂଷା ଭାଇନାର ଦେହ ଭଲନାହିଁ 

ଖାଉଛି ସେ ଅଉଷଧି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children