STORYMIRROR

Balaram Barik

Classics

3  

Balaram Barik

Classics

ବିଲେଇ ବହି।

ବିଲେଇ ବହି।

1 min
517

ସେ କାହୁଁ ବୁଝିବ ବର୍ଣ୍ଣର ବୋଧ

ନୀଳ ବର୍ଣ୍ଣ ଶୃଗାଳ ସାଜିଛି ଯିଏ

ଅଣ ଓଡିଆଙ୍କ କପଟ ଜାଲରେ

ନିଇତି ଜୀବନ ସେ ପୁଣି ଧୁଏ


ସେ କାହୁଁ ଲଭିବ ଭାଷାର ମମତ୍ଵ

ସଂକୀର୍ଣ୍ଣତା ପଥେ ଧାଉଁଛି ସିଏ

ମୁଣ୍ଡ ଟେକିବାକୁ ଦୁନିଆ ଦାଣ୍ଡରେ 

କପଟି ପାସାର ଚକ୍ରାନ୍ତ ସହେ


ସେ କାହୁଁ ହେଜିବ ଗଭୀର ଯନ୍ତ୍ରଣା

ଖଲିକୋଟ ରାଜ ପ୍ରାସାଦ ଦେହେ

ଭିନ୍ନ ହୋଇ ତୁହି, କି ଲାଭ ପାଇବୁ

ଜନ୍ମକଲା ମା ଛିଣ୍ଡା କନ୍ଥାରେ ଶୁଏ


ସେ କାହୁଁ ଚିନ୍ତିବ ଥଟା ପରିହାସ

ଶୁଣିଥିଲେ କେତେ ଇତିହାସ ଗାଏ

ଦିବସ ରଜନୀ ଏକାକାର କରି 

ମର୍ଯ୍ୟାଦା ଆଣିଲେ ଜଗତ କହେ


ପ୍ରାଚୀନ ଯା ଲିପି ଅଛି ରେ ପ୍ରମାଣ

ଗର୍ଵରେ ଛାତି ଫୁଲିଣ ଯାଏ

ଶାସ୍ତ୍ରୀୟ ମାନ୍ୟତା ପାଇବାଟା 

ସିନା ଭାଷାର ମହତ୍ତ୍ୱ ବଢ଼ାଇ ଦିଏ


ଭାଷାର ଯଜ୍ଞରେ ପୂର୍ଣାହୁତି ଦେବା

ଘୃତ ଢାଳୁଥିବା ଅନନ୍ତ ଯାଏଁ

ହେବରେ ମଙ୍ଗଳ ଉଡ୍ର ପ୍ରଦେଶର

ଦଶ ଦିଗପାଳ ସାକ୍ଷୀ ଯେ ରହେ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics