ବିକଳ୍ପ
ବିକଳ୍ପ
ପୁଣ୍ୟର ବଜାର ରେ ଏଠି ବିକ୍ରି ହୁଏନା ପାପ
ଘୃଣାର ସହରରେ ଏବେ ମିଳେନା ପ୍ରକୃତ
ଭଲପାଇବା, ସ୍ୱାର୍ଥ ର ହାଟରେ ମଣିଷ
ହେଇପାରେନା ନିସ୍ଵାର୍ଥ, ପାପର ପଙ୍କରେ
ଯେବେ ଫୁଟିଥାଏ ପଦ୍ମ, ବିକଶିତ ମନଟା
ଯେବେ କର୍ଦମାକ୍ତ ହୁଏ, ମନଟା ଯେବେ
ବିଦ୍ରୋହ କରେ, ଅଶାନ୍ତ ପ୍ରାଣଟା ବି
ଅତୃପ୍ତ ହୁଏ, ସେ ଖୋଜେ ସମାଧାନ
ଏହି ସମସ୍ୟାର, ପ୍ରତିଟି ସମସ୍ୟାର
ଯେମିତି ସମାଧାନ ଥାଏ
ସେ ଖୋଜେ ବିକଳ୍ପ ଏବେ ପ୍ରତିଟି
ପ୍ରକଳ୍ପ ର............................
