Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବିଜୟିନୀ

ବିଜୟିନୀ

1 min
6.6K


ରୋମାଣ୍ଟିକ କବି ମାୟାଧର ମାନସିଂହ


କାହାର ହୃଦୟରକ୍ତ ଅଳକ୍ତକ କରି

ଚରଣ ରଞ୍ଜିଛି ସଖି ? ବାନ୍ଧିଛି କବରୀ

କା'ର ଦୀର୍ଘ ମନୋରଥେ ? ଗର୍ବିତ ଝଙ୍କାରେ

କା'ର ଚିର ପରାଜୟ,କଙ୍କଣ ପ୍ରଚାରେ

ନିଖିଳ ଜଗତ ଭରି ? ଉରଜ ବନ୍ଧୁର

କାହାରେ ଅବଜ୍ଞା କରି ଚିର ଉର୍ଦ୍ଧ୍ବ-ଚୂଳ

ଅନୁପମ-ଅହଙ୍କାରେ ? କର୍ଣ୍ଣ-ପୁଷ୍ପ ଦ୍ବୟ

କନକ ଜ୍ବଳନେ ଘୋଷେ ମଙ୍ଗଳ ବିଜୟ

କେଉଁ ଧୃଷ୍ଟ ଆସ୍ପର୍ଦ୍ଧାର ? ମଞ୍ଜୁଳ କବରୀ

କେଉଁ ଜୟ ଘୋଷଣାରେ ଦେଇଅଛ ଭରି

ଚମ୍ପକ ମଞ୍ଜରୀ ମାଳେ ? ଅୟୀ ବିଜୟିନୀ

କିଏ ସେ ନିରୀହ ଶତ୍ରୁ ?- ମୁହିଁ ? ଏ କିଙ୍କିଣୀ

ମୋହରି ବିଜୟେ ବାଜେ ? ତେବେ ପରାଜୟ

କରିନେଲି, ତୋ' ଗୌରବ ହେଉ ବିଶ୍ଵମୟ ।

ସମାପ୍ତ


Rate this content
Log in

Similar oriya poem from Classics