Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ବିଜୟ ତିଳକ

ବିଜୟ ତିଳକ

1 min
173


ଟୀକା ନୁହେଁ ସେତ ବିଜୟ ତିଳକ

ଏ ମହାଯୁଦ୍ଧ ପ୍ରାଙ୍ଗଣରେ,

ସାନିଟାଇଜର ଓ ମାସ୍କ ମୁଖରେ

ଢାଲ ପରି ହସ୍ତେ ଥିଲେ। 


ବେଳ ଥାଉଁ ଥାଉଁ ନେଇଥିଲେ ଟୀକା

କମିବ କରୋନା ଶକ୍ତି,

ଟୀକା ନେବାବେଳେ ରଖିବ ଦୂରତା

ନହେଲେ ସବୁ ହେବ ମାଟି। 


ସାମାଜିକ ଦୂରତା ଏକ ହିଁ ଉପାୟ

ରୋକିବାକୁ ସଂକ୍ରମଣ,

ନ ମାନିଲେ ଫଳ ଭୋଗିବ ନିଶ୍ଚେ

ଅକାଳେ ଆସେ ମରଣ। 


ସଚେତନ ରୁହ ଏ ଘୋର ବିପଦେ

ଅଯଥା ନ କରି ଭିଡ଼,

ବ୍ୟବଧାନ ରଖି ବଜାରକୁ ଆସି

ଶୀଘ୍ର କିଣାକିଣି ସାର। 


ସରକାରଙ୍କର ନିୟମ ମାନିଲେ

ନଥିବ କାଲିକୁ ଭୟ,

ଥରେ ସେ ରୋଗରେ ପଡିଯିବୁ ଯଦି

ସଂସାର ହେବ ଅଥୟ। 


ଘୋର ଭୟାଭୟ ଏ ରୋଗ ପ୍ରଭାବେ

କାଲି କି ହେବ କେ ଜାଣେ,

ଅମାନିଆ ହୋଇ ରୋଗ କିଣ ନାହିଁ

ପ୍ରାଣ ଯିବ ଅକାରଣେ। 


ସାବଧାନ ହୋଇ ଚଳୁଥାଅ ଏବେ

କିଛିଦିନ କଥା ଆଉ,

ସତର୍କ ରହିଲେ ଦୂର ହେବ ଶୀଘ୍ର

ମହାମାରୀର ଏ ଦାଉ। 


Rate this content
Log in

Similar oriya poem from Inspirational